ଆପ୍ ଜରିଆରେ କ୍ୟାବ୍ ବୁକ୍ କରି ଯାତାୟତର ସୁବିଧା ଯୋଗାଇ ଦେଉଥିବା ଓଲା କମ୍ପାନୀ ଏବେ ଏହି ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ଯାଉଛି । ବର୍ତ୍ତମାନ କମ୍ପାନୀ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ଏକ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ସହରରେ ୧୦ ହଜାର ଇ-ଅଟୋ ଏବଂ ଇ-ରିକ୍ସା ଚଳାଇବାର ଯୋଜନା କରିଛି । /kanak/media/post_attachments/wp-content/uploads/2018/04/9V2A69361-300x225-300x225.jpg) ଓଲା କମ୍ପାନୀ ମୁଖ୍ୟଙ୍କ କହିବାନୁସାରେ ୨୦୨୧ ମଧ୍ୟରେ ଭାରତରେ ପ୍ରାୟ ୧୦ ଲକ୍ଷ ଇଲେକ୍ଟ୍ରିକ୍ ବାହନ ଲଞ୍ଚ୍ ହେବ । କମ୍ପାନୀ କହିବାନୁସାରେ ତିନି ଚକିଆ ସାଇକେଲ ରିକ୍ସା ଏବଂ ଅଟୋ ରିକ୍ସା ଦେଶର ଏକ ସାମାନ୍ୟ ମାଧ୍ୟମ । ଏହି ଗାଡିମାନଙ୍କର ଇଲେକ୍ଟ୍ରିକ୍ ଭର୍ସନକୁ ବଜାରକୁ ଆଣିବା ଦ୍ୱାରା ଉଭୟ ଚାଳକ ଏବଂ ଗ୍ରାହକଙ୍କୁ ଏହାର ସୁବିଧା ପ୍ରାପ୍ତ ହେବ । ଓଲା କମ୍ପାନୀର ସହ-ସଂସ୍ଥାପକ ଭାବିଶ୍ ଅଗ୍ରୱାଲଙ୍କ ମତରେ ତିନି ଚକିଆ ଯାନ ହେଉଛି ଲୋକଙ୍କ ନିତିଦିନିଆ ଜୀବନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ଏବଂ ଇଲେକ୍ଟ୍ରିକ୍ ବାହନ ବଜାରକୁ ଆସିବା ଦ୍ୱାରା ଏହା ପରିବେଶକୁ ମଧ୍ୟ ବାୟୁ ପ୍ରଦୂଷଣରୁ ଦୂରେଇ ରଖିବ । ଏହାପୂର୍ବରୁ କମ୍ପାନୀ ଯାତ୍ରୀମାନଙ୍କର ବୀମା କାର୍ଯ୍ୟକ୍ରମର ପ୍ରଚାର ଆରମ୍ଭ କରିଛି । ଯେଉଁଥିରେ ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ ।
ଓଲା କମ୍ପାନୀ ମୁଖ୍ୟଙ୍କ କହିବାନୁସାରେ ୨୦୨୧ ମଧ୍ୟରେ ଭାରତରେ ପ୍ରାୟ ୧୦ ଲକ୍ଷ ଇଲେକ୍ଟ୍ରିକ୍ ବାହନ ଲଞ୍ଚ୍ ହେବ । କମ୍ପାନୀ କହିବାନୁସାରେ ତିନି ଚକିଆ ସାଇକେଲ ରିକ୍ସା ଏବଂ ଅଟୋ ରିକ୍ସା ଦେଶର ଏକ ସାମାନ୍ୟ ମାଧ୍ୟମ । ଏହି ଗାଡିମାନଙ୍କର ଇଲେକ୍ଟ୍ରିକ୍ ଭର୍ସନକୁ ବଜାରକୁ ଆଣିବା ଦ୍ୱାରା ଉଭୟ ଚାଳକ ଏବଂ ଗ୍ରାହକଙ୍କୁ ଏହାର ସୁବିଧା ପ୍ରାପ୍ତ ହେବ । ଓଲା କମ୍ପାନୀର ସହ-ସଂସ୍ଥାପକ ଭାବିଶ୍ ଅଗ୍ରୱାଲଙ୍କ ମତରେ ତିନି ଚକିଆ ଯାନ ହେଉଛି ଲୋକଙ୍କ ନିତିଦିନିଆ ଜୀବନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ଏବଂ ଇଲେକ୍ଟ୍ରିକ୍ ବାହନ ବଜାରକୁ ଆସିବା ଦ୍ୱାରା ଏହା ପରିବେଶକୁ ମଧ୍ୟ ବାୟୁ ପ୍ରଦୂଷଣରୁ ଦୂରେଇ ରଖିବ । ଏହାପୂର୍ବରୁ କମ୍ପାନୀ ଯାତ୍ରୀମାନଙ୍କର ବୀମା କାର୍ଯ୍ୟକ୍ରମର ପ୍ରଚାର ଆରମ୍ଭ କରିଛି । ଯେଉଁଥିରେ ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ ।
ଏକବର୍ଷ ମଧ୍ୟରେ କ୍ୟାବ ସଂଖ୍ୟାରେ ଉନ୍ନତି! ଓଲା ଆଗାମୀ ଏକବର୍ଷ ମଧ୍ୟରେ ବାହାର କରିବ ୧୦ ହଜାର ଇ-ଅଟୋ ଏବଂ ଇ-ରିକ୍ସା ।
/kanak/media/post_attachments/wp-content/uploads/2018/04/ola_1523896700_618x347.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)