କନକ ବ୍ୟୁରୋ: ଓଲା କ୍ୟ।ବ ବ୍ୟବହାର କଲା ବେଳେ ଆପଣଙ୍କୁ ଆଉ ଗୁଗୁଲ ମ୍ୟାଚ ବ୍ୟବହାର କରିବାକୁ ପଡିବ ନାହିଁ । କାରଣ ଓଲା କ୍ୟାବ ଏଗ୍ରିଗେଟର୍ ପ୍ରତିଷ୍ଠାତା ଭବିଶ୍ ଅଗ୍ରୱାଲ ସୋସିଆଲ ମିଡିଆ ନେଟୱାର୍କିଂ ସାଇଟ ମାଧ୍ୟମରେ ନିଜର ଘରୋଇ ସ୍ୱତନ୍ତ୍ର ଓଲା ମ୍ୟାପର ଶୁଭାରମ୍ଭ ଘୋଷଣା କରିଛନ୍ତି । କମ୍ପାନୀ ଗୁଗଲ୍ ମ୍ୟାପକୁ ସଂପୂର୍ଣ୍ଣ ଭାବେ ପରିତ୍ୟାଗ କରି ନିଜର ନୂଆ ଓଲା ମାନଚିତ୍ରକୁ ଓଲା ଆପରେ ସ୍ଥାନାନ୍ତର କରିଛନ୍ତି ।

Advertisment

ଭାବିଶ୍ ସ୍ୱତନ୍ତ୍ର ଓଲା ମାନଚିତ୍ରର ଶୁଭାରମ୍ଭ ଘୋଷଣା ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ କରିଛନ୍ତି । କମ୍ପାନୀ ଗୁଗଲ୍ ମ୍ୟାପର ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଛି ଏବଂ ନିଜର ସ୍ୱତନ୍ତ୍ର ମ୍ୟାପକୁ ଗୁଗଲ ମ୍ୟାପ୍ ବଦଳରେ ବ୍ୟବହାର କରିଛନ୍ତି ।

ଭବେଶ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ପୂର୍ବମାସ ଆଜୁର କୁ ଛାଡିବା ପରେ, ଏବେ ଆମେ ଗୁଗଲ ମ୍ୟାପଠାରୁ ସଂପୂର୍ଣ୍ଣ ରୂପେ ବିଦାୟ ନେଇସାରିଛୁ । ଆମେ ପ୍ରତ୍ୟେକ ବର୍ଷ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ । କିନ୍ତୁ ଆମେ ଏହି ମାସରେ ଏହାକୁ ସଂପୂର୍ଣ୍ଣ ରୂପେ ଛାଡି ସାରିଛୁ । ବର୍ତ୍ତମାନ ଆପଣ ଓଲା ଆପକୁ ଯାଇ ସର୍ଚ୍ଚକରି ନିଜର ନିର୍ଦ୍ଧାରିତ ସ୍ଥାନରେ ଯାଇ ପହଁଚି ପାରିବେ । ଆବଶ୍ୟକ ପଡୁଛି ଯଦି ଏହାକୁ ଅପଡେଟ୍ ମଧ୍ୟ କରନ୍ତୁ ।

ଓଲା କମ୍ପାନୀ ତାଙ୍କ ମ୍ୟାପରେ ଷ୍ଟ୍ରିଟ୍ ଭିଉ, ଇଣ୍ଡୋର ଇମେଜ୍, ୩ଡି ମ୍ୟାପ୍, ଡ୍ରୋନ ମ୍ୟାପ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ଅଗ୍ରୱାଲ କହିଛନ୍ତି ଯେ, ପାର୍ଟନର ଫାର୍ମ କୃତ୍ରିମ ଏଆଇ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଲାଉଡ୍ ସେବାରେ ଓଲା ମ୍ୟାପ୍ ପାଇଁ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ ମଧ୍ୟ ରହିବ ।

ନକଟରେ ଓଲା ଏହାର ଆଇଟି କାର୍ଯ୍ୟଭାରକୁ ମାଇକ୍ରୋସଫ୍ଟର ଆଜୁର କୃତ୍ରିମ କ୍ଲାଉଡକୁ ସ୍ଥାନାନ୍ତର କରିଛି । ଏହା ହେବା ପରେ ଓଲା ବଡ ନିଷ୍ପତି ନେଇଛି । ବର୍ତ୍ତମାନ ସ୍ୱତନ୍ତ୍ର ଓଲା ମାନଚିତ୍ର କମ୍ପାନୀ କ୍ୟାବରେ ବ୍ୟବହାର କରାହେବ ।