ଓଲା ଏବଂ ଉବେର କମ୍ପାନୀଙ୍କର ମନମୁଖୀ କାର୍ଯ୍ୟ ପାଇଁ କର୍ମଚାରୀଙ୍କ ବିକ୍ଷୋଭ ! ଅନିଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନି

24

କନକ ବ୍ୟୁରୋ : ଯାତ୍ରୀ ପରିବହନ ସେବା ଯୋଗାଇ ଦେଇଆସୁଥିବା ଓଲା ଏବଂ ଉବେର କମ୍ପାନୀଙ୍କର ମନମୁଖୀ କାର୍ଯ୍ୟ ପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରାମମନ୍ଦିର ଛକ ନିକଟରେ ଗାଡିସେବା ବନ୍ଦ କରି ଉଭୟ ଡ୍ରାଇଭର ଏବଂ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଉଭୟ କମ୍ପାନୀ ପୁର୍ବରୁ ଡ୍ରାଇଭରଙ୍କୁ ଦେଇଆସୁଥିବା ସୁବିଧାକୁ କିଛିଦନି ଧରି ବନ୍ଦ କରିଦେଇଛନ୍ତି । ଯାହା ଫଳରେ କାର ଲଗାଇଥିବା ମାଲିକ ଏବଂ ଡ୍ରାଇଭରମାନେ କ୍ଷତି ସହୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜିଠାରୁ ଯାତ୍ରୀସେବା ବନ୍ଦ କରି ଅନିଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନି ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-