କନକ ବ୍ୟୁରୋ: ଆଜି ଜୟପୁର ସହରର ଗୁପ୍ତେଶ୍ୱର କମ୍ପ୍ଲେକ୍ସ ଠାରେ ଥିବା OKCL କାର୍ଯ୍ୟାଳୟ ପରିସରରୁ ଭ୍ରାମ୍ୟମାଣ ରଥ ବାହାରିଥିଲା। ଏହି ରଥକୁ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ OKCL ର ଜିଲ୍ଲା ଅଧିକାରୀ ଶଶାଙ୍କ ମିଶ୍ରଙ୍କ ସମେତ ପ୍ରଦୀପ ନାୟକ, OKCL ମାଲକାନଗିରି ଜିଲ୍ଲା ଅଧିକାରୀ ଦେବୀ ପ୍ରସାଦ ସ୍ୱାଇଁଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ରଥ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କମ୍ପ୍ୟୁଟର ଶିକ୍ଷା ବିଷୟରେ ଲୋକଙ୍କୁ ସୂଚନା ପ୍ରଦାନ କରିବ।

Advertisment

ଓଡ଼ିଶା ନୋଲେଜ କର୍ପୋରେସନଙ୍କ ଏହି ଡିଜିଟାଲ ଶିକ୍ଷା ଅଭିଯାନ କାର୍ଯକ୍ରମ ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମରେ ଶିକ୍ଷାର ପ୍ରସାର କରିବ। ପ୍ରାରମ୍ଭିକ କୋର୍ସ୍ ଫି ସର୍ବନିମ୍ନ ୪୦୦୦ ଟଙ୍କା ରହିଥିବା ବେଳେ ଅନ୍ୟାନ୍ୟ କୋର୍ସ୍ ଫି ମାତ୍ର ୫୦୦୦ ଟଙ୍କାରେ ସୀମିତ ରହିଛି। OKCL ପକ୍ଷରୁ ପ୍ରାୟ ୨୦୦ ଟି କୋର୍ସ୍ ଏହି ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବୋଲି ଜିଲ୍ଲା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ସମସ୍ତ କୋର୍ସ୍ ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟି ଦ୍ଵାରା ସ୍ଵୀକୃତି ପ୍ରାପ୍ତ ହୋଇଥିବାରୁ ଏହାର ପ୍ରମାଣ ପତ୍ର ମାଧ୍ୟମରେ ସହଜରେ ସରକାରୀ ଚାକିରୀ ପାଇବାରେ ସହାୟକ ହେବ। କୋର୍ସ୍ ଫି ଅତି ସ୍ୱଳ୍ପ ଦରରେ ଉପଲବ୍ଧ ଥିବାରୁ ଆମ ଗ୍ରାମାଞ୍ଚଳର ବହୁ ଯୁବପିଢୀ ଏଥିରେ ଉପକୃତ ହୋଇ ପାରିବେ ବୋଲି ଜୟପୁର ପୌରଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏଠାରେ କହିଛନ୍ତି।