ପ୍ରକାଶ ପାଇଲା ଓଜେଏସ୍ ରେଜଲ୍ଟ । ପ୍ରଥମ ତିନୋଟି ସ୍ଥାନରେ ୩ ଜଣ ଝିଅ, ଆଦ୍ୟାଶା ମିଶ୍ର ଟପ୍ପର 

1,671

କନକ ବ୍ୟୁରୋ: ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ । ଓଡ଼ିଶା ଜୁଡିସିଆଲ୍ ସର୍ଭିସ-୨୦୨୧ ପରୀକ୍ଷା ଫଳ ପ୍ରକାଶ କରିଛି ଓପିଏସସି । ୫୦ ଜଣ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରେ ରହିଛନ୍ତି ୨୮ ଜଣ ମହିଳା । ଅଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ମହିଳା । ଚେତନା ପଟ୍ଟନାୟକ ଦ୍ୱିତୀୟ ହୋଇଥିବା ବେଳେ ଏ.ଗୀତାଞ୍ଜଳି ନାଇଡୁ  ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏପରିକି ପ୍ରଥମ ୧୦ ଜଣ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି । ଓଜେଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇବେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଅଦ୍ୟାଶା ମିଶ୍ର ପ୍ରଥମ ସୁଯୋଗରେ ଏହି ସଫଳତା ପାଇଛନ୍ତି । ସେ କହିଛନ୍ତି, ବହୁତ ପରିଶ୍ରମ କରିଥିଲେ, କିନ୍ତୁ ଟପ୍ପର ହେବେ ବୋଲି ଭାବିନଥିଲେ ।