ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ୪୮୭୮୩ ଜଣଙ୍କୁ ମିଳିଲା ରାଙ୍କ ।

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ୪୮୭୮୩ ଜଣଙ୍କୁ ମିଳିଲା ରାଙ୍କ ।

କନକ ବ୍ୟୁରୋ : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ୪୮୭୮୩ ଜଣ ପାଇଲେ ରାଙ୍କ, ପରୀକ୍ଷା ଦେଇଥିଲେ ୫୫୯୭୯ ଜଣ ଛାତ୍ରଛାତ୍ରୀ । ବୈଷୟିକ ଶିକ୍ଷାମନ୍ତ୍ରୀ ପୁସ୍ତକ କଲେ ଉନ୍ମୋଚିତ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇର୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପ୍ରବେଶିକା ପରୀକ୍ଷା ପରେ ଆଜି ଫଳାଫଳ ପ୍ରକାଶ ପାଇଛି ।

ବି.ଫାର୍ମାରେ ସୌରଭ କୁମାର ପତି, ଏଲଇ ଫାର୍ମାରେ ଶୁଭଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ.ଏମଏସସି କମ୍ପ୍ୟୁଟର ସାଇନ୍ସରେ ଅପୂର୍ବ ସୁନ୍ଦର ନାୟକ, ଏମ ଫାର୍ମାରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି । ସେହିଭଳି ଏମ ଟେକ ପାଠ୍ୟକ୍ରମରେ ଥିବା ବିଭିନ୍ନ ବିଭାଗରେ ଯେପରିକି ସିଭିଲି ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବୈମ୍ୟୋକେଶ କାମିଲା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଟପ୍ପର ହୋଇଛନ୍ତି ।

ଗତ ମେ ମାସ ୮ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରର ୩ଟି ସହରରେ ୩ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏହାସହ ଆସନ୍ତା ୨୬ରୁ ୩୦ ମଧ୍ୟରେ ସ୍ପେଶାଲ ଓଜେଇଇ ହେବ । ଜେଇ୍ ମେନ୍ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ସ୍ପେଶିଆଲ ଓଜେଇଇ ପରୀକ୍ଷା ଦେଇ ଇଞ୍ଜିନିୟରିଂ ଆଡମିଶନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe