କନକ ବ୍ୟୁରୋ : ବି.ଫାର୍ମା, ଏମ୍ ଟେକ୍, ଏମ୍ ଟେକ୍(ପାର୍ଟ ଟାଇମ୍), ଏମ୍ ଆର୍କ, ଏମ ଫାର୍ମା, ଏମ୍ ପ୍ଲାନ୍, ଏମସିଏ, ଏମବିଏ, ଇଣ୍ଟିଗ୍ରେଟେଡ୍ ଏମବିଏ, ଲାଟେରାଲ ଏଣ୍ଟ୍ରି ବି ଟେକ୍, ବି ଫାର୍ମା, ଏମସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୧୨ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜରେ ଥିବା ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ କରାଯିବ। ର୍ୟାଙ୍କ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ।
ଆଗ୍ରହୀ ଛାତ୍ରଛାତ୍ରୀ ଜାନୁଆରି ୩୦ରୁ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଅନଲାଇନରେ ‘www.ojee.nic.in/www.odishajee.com’ ଫର୍ମ ପୂରଣ କରିପାରିବେ। ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଆବେଦନକାରୀ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ। ଏପ୍ରିଲ ୨୦ ତାରିଖଠାରୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଗତବର୍ଷ ପରି ଏଥର ମଧ୍ୟ ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ, ଲାଟେରାଲ ଏଣ୍ଟ୍ରି ବି ଟେକ୍/ବି ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ‘ପେନ୍ ଆଣ୍ଡ୍ ପେପର’ ମୋଡରେ ପରୀକ୍ଷା କରାଯିବ। ପିଜି ପାଠ୍ୟକ୍ରମ ଯଥା ଏମବିଏ, ଏମସିଏ, ଲାଟେରାଲଏଣ୍ଟ୍ରି ଏମସିଏ, ଏମ୍ ଫାର୍ମା, ଏମ୍ ଆର୍କ, ଏମ୍ ପ୍ଲାନ୍ ଓ ଏମ୍ ଟେକ୍ ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସଡ ଟେଷ୍ଟ(ସିବିଟି) ଅନୁଷ୍ଠିତ ହେବ।
ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ରହିବ। ରାଜ୍ୟ ବାହାରର ଛାତ୍ରଛାତ୍ରୀଙ୍କୁ କୌଣସି ବି ସରକାରୀ କଲେଜରେ ନାମ ଲେଖାଇବାକୁ ସୁଯୋଗ ଦିଆଯିବ ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସେମାନେ ଘରୋଇ କଲେଜରେ ନାମ ଲେଖାଇପାରିବେ।
Follow Us