ଅକ୍ଟୋବର ୧୨ରୁ ୫୩ଟି କେନ୍ଦ୍ରରେ ହେବ ଓଜେଇଇ : ରାଜ୍ୟ ବାହା‌ରେ ୩ଟି ପରୀକ୍ଷା କେନ୍ଦ୍ର

Advertisment
ଅକ୍ଟୋବର ୧୨ରୁ ୫୩ଟି କେନ୍ଦ୍ରରେ ହେବ ଓଜେଇଇ : ରାଜ୍ୟ ବାହା‌ରେ ୩ଟି ପରୀକ୍ଷା କେନ୍ଦ୍ର

କନକ ବ୍ୟୁରୋ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ )ଅକ୍ଟୋବର ୧୨ରୁ ୧୯ ପର୍ୟ୍ୟନ୍ତ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ତେବେ ଏହି ପରୀକ୍ଷା ଚଳିତ ବର୍ଷ ମଇ ମାସର ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ – ୧୯ ମହାମାରୀ ପାଇଁ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ପାଇଁ ଓଜେଇଇ ପରୀକ୍ଷାକୁ ସ୍ଥଗିତ ରଖା ଯାଇଥିଲା। ତେବେ ଏହି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ କରାଯିବ ବୋଲି ଆଜି ସୂଚନା ଦିଆଯାଇଛି।

ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ହେବ। ପ୍ରତ୍ୟେକ ଦିନ ପରୀକ୍ଷା ତିନୋଟି ସିଫ୍ଟରେ କରାଯିବ । ପରୀକ୍ଷାର କେଉଁ ସିପ୍ଟରେ କ’ଣ ଅଛି ତାର ସଂପୂର୍ଣ୍ଣ ସୂଚନା ସହିତ ରୋଲ୍ ନମ୍ବର, ସିଫ୍ଟ ଏବଂ ପରୀକ୍ଷା କେନ୍ଦ୍ର, ଆଡମିଟ୍ କାର୍ଡକୁ ଏହି ୱେବସାଇଟରୁ www.ojee.nic.in / www.odishajee.com) ସେପ୍ଟେମ୍ବର ୨୦୨୦ ଶେଷ ସୁଦ୍ଧା ଛାତ୍ରଛାତ୍ରୀ ଡାଉନଲୋଡ କରି ପାରିବେ। ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉପରୋକ୍ତ ୱେବସାଇଟ ଖୋଲି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ହାସଲ କରିପାରିାବେ।

ଏଥର ଓଜେଇଇ ପରୀକ୍ଷା ମୋଟ ୫୩ଟି ସେଣ୍ଟରରେ ଅନୁଷ୍ଠିତ ହେବ। ଏ ମଧ୍ୟରୁ ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ ଏବଂ ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ  ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe