କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ । ବଢ଼ିଲା ଆବେଦନର ସମୟ ସୀମା ।

200

କନକ ବ୍ୟୁରୋ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ ଆୟୋଜନ କରାଯିବ । ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ପରିସ୍ଥିତି ଦେଖି ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ବିଷୟରେ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି । ଅନ୍ୟପଟରେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନର ସମୟ ବଢ଼ାଇ ଦିଆଯାଇଛି । ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରି ନଥିଲେ, ସେମାନଙ୍କୁ ଏକ ସୁଯୋଗ ମିଳିଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ସେମାନେ ୨୦୨୧ ଜୁଲାଇ ୧୪ ମଧ୍ୟରେ ଫି’ ଦେୟ କରିପାରିବେ ।