ମେ’ ୧୩ରେ ଓଜେଇଇ ଏଣ୍ଟ୍ରାନ୍ସ! ସାରା ରାଜ୍ୟରେ ୪୮ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Advertisment
ମେ’ ୧୩ରେ ଓଜେଇଇ ଏଣ୍ଟ୍ରାନ୍ସ! ସାରା ରାଜ୍ୟରେ ୪୮ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କନକ ବ୍ୟୁରୋ :ମେ’ ୧୩ରେ ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ଏମବିଏ, ଏମସିଏ, ଫାର୍ମାସିଷ୍ଟ, ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଲାଗି ସାରା ରାଜ୍ୟରେ ୮୦ରୁ ଅଧିକ ପରୀକ୍ଷା କେନ୍ଦ୍ର ହେବ। ଏଥର ୪୮ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ।

ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କ ସମେତ କଟକ, ଭୁବନେଶ୍ୱରର ଡିସିପିଙ୍କ ସହାୟତା ଲୋଡ଼ାଯାଇଛି। ଭୁବନେଶ୍ୱରରେ ସବୁଠାରୁ ଅଧିକ ୧୬ ହଜାର ପରୀକ୍ଷାର୍ଥୀ ଥିବା ବେଳେ କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଅନୁଗୁଳ, ବାରିପଦା, ଭଦ୍ରକ ପରି ସ୍ଥାନରେ ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ରହିଛନ୍ତି। ଯେଉଁ ସ୍ଥାନରେ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପୁଲିସ ପହରା କଡ଼ାକଡ଼ି କରିବାକୁ କୁହାଯାଇଛି। ପରୀକ୍ଷା ଆରମ୍ଭରୁ ଶେଷ ପର୍ୟ୍ୟନ୍ତ କେନ୍ଦ୍ରର ମୁଖ୍ୟ ଫାଟକ ସମେତ କେନ୍ଦ୍ର ପରିସରରେ ପୁଲିସ ରହିବେ। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ତେବେ ସଙ୍ଗେ ସଙ୍ଗେ ଜଣାଇବାକୁ କୁହାଯାଇଛି। ଭୁବନେଶ୍ୱର ଏବଂ କଟକରେ ସବୁଠାରୁ ଅଧିକ ୩୧ଟି ପରୀକ୍ଷା କେନ୍ଦ୍ର ହେବ ବୋଲି ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe