ଏଣିକି ଅନଲାଇନରେ ଓଜେଇଇ: ମେ’ ପ୍ରଥମ ସପ୍ତାହରେ ହୋଇପାରେ ପରୀକ୍ଷା

Advertisment
ଏଣିକି ଅନଲାଇନରେ ଓଜେଇଇ: ମେ’ ପ୍ରଥମ ସପ୍ତାହରେ ହୋଇପାରେ ପରୀକ୍ଷା

କନକ ବ୍ୟୁରୋ: ଏଣିକି ଆଉ ଅଫଲାଇନରେ ହେବନି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ସମସ୍ତ ବିଷୟର ପ୍ରବେଶିକା ପରୀକ୍ଷା ଅନଲାଇନ୍ ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ୨୦୧୯ରେ କେବଳ ପିଜି ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିବିଟି ମାଧ୍ୟମରେ ହୋଇଥିଲା। କିନ୍ତୁ ଏଥରକ ଉଭୟ ପିଜି ଓ ୟୁଜି ପାଠ୍ୟକ୍ରମ ପାଇଁ ସିବିଟି ପଦ୍ଧତି ଲାଗୁ କରିବାକୁ ଓଜେଇଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

publive-image

ସୂଚନା ଅନୁଯାୟୀ ମେ’ ପ୍ରଥମ ସପ୍ତାହରେ ଓଜେଇଇ ଅନୁଷ୍ଠିତ ହେବ। ୨୦୧୯ରେ ପିଜି ପାଠ୍ୟକ୍ରମ ଯଥା ଏମସିଏ, ଏମବିଏ, ଲାଟେରାଲ୍ ଏଣ୍ଟ୍ରି ଏମସିଏ, ଏମ୍.ଟେକ୍, ଏମ୍.ଆର୍କିଟେକ୍, ଏମ୍.ପ୍ଲାନ୍ ଓ ଏମ୍.ଫାର୍ମ ବିଷୟରେ ନାମଲେଖା ପାଇଁ ସିବିଟି ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅନ୍ୟ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅଫ୍ ଲାଇନ୍ ବା ପେନ୍-ପେପର ମାଧ୍ୟମରେ କରାଯାଇଥିଲା। ଏଥର କିନ୍ତୁ ସମସ୍ତ ବିଷୟର ପରୀକ୍ଷା ସିବିଟି ମାଧ୍ୟମରେ ହେବ। ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍ ପ୍ରବେଶିକା ପରୀକ୍ଷା ଅନଲାଇନରେ କରାଯିବ। ତେଣୁ ଛାତ୍ରଛାତ୍ରୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe