କନକ ବ୍ୟୁରୋ : ଜନସାଧାରଣଙ୍କର ସେବା କରୁ କରୁ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ସ୍ୱାମୀ । ଆଉ ଏବେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ପତ୍ନୀ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ଦାନ୍ତେୱାଡାର ବିଧାୟକ ଥିବା ଭୀମ ମାଣ୍ଡବୀଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ ।
ଏପ୍ରିଲ ୯ ତାରିଖରେ ବିଜେପି ବିଧାୟକ ଭୀମ ମାଣ୍ଡବୀଙ୍କୁ ନକ୍ସଲମାନେ ସ୍ୟାମଗିରି ଅଞ୍ଚଳରେ ନିର୍ମମ ଭାବେ ହତ୍ୟା କରିଥିବାବେଳେ ସ୍ୱାମୀଙ୍କ ଅଧୁରା କାର୍ଯ୍ୟକୁ ସମାପନ କରିବା ପାଇଁ ଏବେ ଦାନ୍ତେୱାଡାରେ ହେବାକୁ ଥିବା ଉପ ନିର୍ବାଚନରେ ଭୀମଙ୍କ ପତ୍ନୀ ଓଜସ୍ବୀ ମାଣ୍ଡବୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ।
ତେବେ ଓଜସ୍ବୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସେ କହିଛନ୍ତି ଯେ ଯେଉଁଠାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିଲା ସେହିଠାରୁ ହିଁ ସେ ନିଜ ପ୍ରଚାର ଆରମ୍ଭ କରିବେ । ଓଜସ୍ବୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଅଧୁରା କାର୍ଯ୍ୟକୁ ସେ ପୁରା କରିବେ । ଏଠାରେ ସୂଚନା ଥାଉ କି ଛତିଶଗଡ଼ ବିଧାନସଭା ନିର୍ବାଚନରେ ସ୍ୟାମଗିରି ଅଞ୍ଚଳରେ ୭୭ ପ୍ରତିଶତ ମତଦାନ ହୋଇଥିଲା ।
Follow Us