କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ତେଲ ବୋଝେଇ ଟ୍ୟାଙ୍କର ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଘାଟି ଉପରକୁ ଉଠୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି ।
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲେ ଟ୍ୟାଙ୍କର ଡ୍ରାଇଭର ।
/kanak/media/post_attachments/wp-content/uploads/2024/01/9-3.jpg)