କନକ ବ୍ୟୁରୋ: ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ଦର । ଆସୁଛି ନିର୍ବାଚନ । ତା ସାଙ୍ଗକୁ ୟୁକ୍ରେନ୍- ଋଷ ଯୁଦ୍ଧ ସଙ୍କଟ । ଏସବୁ ପାଇଁ ଆଗକୁ ଉକ୍ରଟ ହେବାକୁ ଯାଉଛି ଦରବୃଦ୍ଧି । ଅଶାନ୍ତ ପରିବେଶ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାରକୁ ଟପିଛି । ଖୁବ ଶିଘ୍ର ଏହା ୧୦୦ ଡଲାରେ ପହଞ୍ଚିଯିବ ବୋଲି ସୂଚନା ରହିଛି । ଏହା ହେଉଛି ୮ ବର୍ଷର ସର୍ବୋଚ୍ଚ ଦର । ଅଶୋଧିତ ତୈଳ ଦର ବୃଦ୍ଧିି ପାଇବା ଦ୍ୱାରା କେବଳ ପେଟ୍ରୋଲ ନୁହେଁ ବରଂ ଡିଜେଲ, ରନ୍ଧନ ଗ୍ୟାସ, ସିଏନଜି ଦର ମଧ୍ୟ ବଢିବ । ଏହାସହ ସୁନା, ରୂପା ଦର ମଧ୍ୟ ଆଶାତୀତ ଭାବେ ବଢିବ ବୋଲି କୁହାଯାଉଛି ।

Advertisment

ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ପରିସ୍ଥିତି ଗମ୍ଭୀର ହେବ । ଏହାସହ ୟୁକ୍ରେନ-ଋଷ ବିବାଦ ଯୋଡି ହୋଇଯିବାରୁ ପରିସ୍ଥିତି ଜଟିଳ ହେବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଦେଶରେ ଏଲପିଜି ଓ ସିଏନଜି ଗ୍ୟାସ ଦର ମଧ୍ୟ ବୃଦ୍ଧି ପାଇଛି । ୟୁକ୍ରେନ ଓ ଋଷ ବିବାଦ ଯୋଗୁଁ ସୁନା ଦର ମଧ୍ୟ ବଢିଚାଲିଛି । ଘରୋଇ ବଜାରରେ ୧୦ ଗ୍ରାମ ପିଛା ଏହାର ଦର ୫୦,୫୦୦ ଟଙ୍କା ପାର କରିଛି ।

ଉତ୍ତରପ୍ରଦେଶ ଏବଂ ପଂଜାବ ସହିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ସାଧାରଣ ଲୋକଙ୍କୁ ବଡ ଝଟକା ଲାଗିପାରେ । ନିର୍ବାଚନ ଥିବାରୁ ତୈଳ ବିପଣନ କମ୍ପାନୀ ଗୁଡିକ ଦୀର୍ଘଦିନ ହେବ ଦରକୁ ଅପରିବର୍ତ୍ତିତ ରଖିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ଥିବା ସତ୍ତେ୍ୱ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ଦର ବଢାଇନାହାଁନ୍ତି । କିନ୍ୁ ଥରେ ନିର୍ବାଚନ ସରିବା ପରେ ଇନ୍ଧନ ଦରରେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିବ । ବଜାର ବିଶେଷଜ୍ଞମାନଙ୍କ କହିବା ଅନୂୁସାରେ, ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦରରେ ୧୫ରୁ ୨୦ ଟଙ୍କା ପର୍ଯର୍୍ୟନ୍ତ ବୃଦ୍ଧି ହୋଇପାରେ ।
ଆଇଆଇଏଫଏଲ ସିକ୍ୟୁରିଟିଜର ଉପସଭାପତି ଅନୁଜ ଗୁପ୍ତା କହିଛନ୍ତି ଯେ, ତୈଳ କମ୍ପାନୀ ଗୁଡିକ ନଭେମ୍ବର ୩ରୁ ପେଟ୍ରୋଲ , ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ସେବେଠାରୁ ବର୍ତ୍ତମାନ ମଧ୍ୟରେ ଅଶୋଧିତ ତୈଳ ଦରରେ ବ୍ୟାରେଲ ପିଛା ୧୫ ଡଲାରରୁ ଉଦ୍ଧ୍ୱର୍ ବୃଦ୍ଧି ଘଟିଛି । ଫଳରେ ଖୁବଶିଘ୍ର ଏହା ୧୦୦ ଡଲାର ଛୁଇଁପାରେ । ଏଭଳି କ୍ଷେତ୍ରରେ ଘୁବଶିଘ୍ର ପେଟ୍ରୋଲ , ଡିଜେଲ, ଦର ୧୦ରୁ ୨୦ ଟଙ୍କା ଯାଏଁ ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି ।

ଏହାସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଗୁଡିକ ମଧ୍ୟ ମହଙ୍ଗା ହେବ: ମହଙ୍ଗା ହେବ ଏଲପିି, ସିଏନଜି
ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁଁ ପ୍ରାକୃତି ଗ୍ୟାସ ଯୋଗାଣ ପ୍ରଭାବିତ ହେବ । ବିଶ୍ୱର ମୋଟ ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ଋଷର ଭାଗ ୧୭% । ଏପରି ସ୍ଥିତିରେ ୟୁକ୍ରେନ- ଋଷ ବିବାଦରୁ ଏହାର ଯୋଗାଣ ବ୍ୟାହତ ହେବ । ବିଶ୍ୱ ବଜାରରେ ଗ୍ୟାସ ଅଭାବ ଯୋଗୁଁ ଆଗାମୀ ଦିନରେ ଏଲପିଜି ଓ ସିଏନଜି ଦର କିଲୋ ପିଛା ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବଢିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଚମକିବ ସୁନା:
ଯୁଦ୍ଧ ଘନଘଟା ମଧ୍ୟରେ ସୁନା , ରୂପା ଦରରେ ବଡ ଉଛାଳ ଦେଖିବାକୁ ମିଳିଛି । ୧୦ ପିଛା ସୁନା ବର୍ତ୍ତମାନ ପାଖାପାଖି ୫୧ ହଜାର ଟଙ୍କା ନିକଟତର ହୋଇଥିବାବେଳେ କିଲୋ ପିଛା ରୂପା ଦର ୬୫,୦୦୦ ଟଙ୍କାରେ ପହଞ୍ଚିଛି । ଋଷ- ୟୁକ୍ରେନ ସଙ୍କଟ ମଧ୍ୟରେ ଏହାର ଦର ଆହୁରି ବଢିବ । ମେ ସୁଦ୍ଧା ସୁନା ଦର ୫୨,୦୦୦ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ମୋବାଇଲ, ହ୍ୟାଣ୍ଡସେଟ୍ ଓ ଟାବଲେଟ୍ ତିଆରିରେ ମଧ୍ୟ ରୂପାର ବ୍ୟବହାର ହେଉଥିବାରୁ ଏସବୁର ଦର ମଧ୍ୟ ବଢିପାରେ ବୋଲି ଅନୁମାନ କରାଯାଉଛି ।