ନିର୍ବାଚନ ସରିବା ପରେ ଦୈନିକ ବୃଦ୍ଧି ପାଉଛି ତୈଳଦର । କ୍ରମାଗତ ଭାବେ ୫ ଦିନରେ ବଢିଲାଣି ୧ ଟଙ୍କାରୁ ଅଧିକ

61

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଘୋଷଣା ପାଇବା ମାତ୍ରେ କ୍ରମାଗତ ଭାବେ ୫ ଦିନ ହେବ ଦେଶରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ପ୍ରେଟ୍ରୋଲ ଲିଟର ପିଛିା ୨୬ ପଇସା ଓ ଡିଜେଲ ୩୩ ପଇସା ମହଙ୍ଗା ହୋଇଛି । ଏହାକୁ ମିଶାଇ ୫ ଦିନ ମଧ୍ୟରେ ପେଟ୍ରୋଲ ୧.୧୯ ଟଙ୍କା ଓ ଡିଜେଲ ୧.୩୩ ଟଙ୍କା ମହାଙ୍ଗା ହୋଇସାରିଲାଣି ।

କହିରଖୁ କି ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ତୈଳଦର ସ୍ଥିର ରହିଥିଲା । ଏହାସହ ଏପ୍ରିଲ ମାସରେ ତୈଳଦର ୪ ଥର ହ୍ରାସ ବି ପାଇଥିଲା । ହେଲେ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିବା ପରେ ଏପର୍ଯ୍ୟନ୍ତ ୫ ଥର ତୈଳ ଦର ବୃଦ୍ଧି ହୋଇସାରିଛି ।

ଆଜି ତୈଳଦର ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୧.୫୩  ଟଙ୍କା ଓ ଡିଜେଲ ୮୨.୦୬ ଟଙ୍କାରେ ପହଂଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୮୬ ଟଙ୍କା ଓ ଡିଜେଲ ୮୮.୮୨ ଟଙ୍କାକୁ ବୃଦ୍ଧି ପାଇଛି ।