ବାହାରିଲାନି ପେଟ୍ରୋଲ କି ପ୍ରାକୃତିକ ଗ୍ୟାସ୍ । ପୁରୀ ଜିଲ୍ଲା ଗୋପରୁ ଫେରିଲା ଅଏଲ ଇଣ୍ଡିଆ କମ୍ପାନୀ ।

5,849

କନକ ବ୍ୟୁରୋ: ମଉଳିଛି ପ୍ରାକୃତିକ ଗ୍ୟାସ୍ ଓ ତୈଳ ସନ୍ଧାନର ଆଶା । ଅୟଲ ଏଣ୍ଡିଆ କମ୍ପାନୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖନନ କରିଥିଲେ ମଧ୍ୟ କମ୍ପାନୀକୁ ମିଳିନି ସଫଳତା । କୋଟି କୋଟି ଟଙ୍କା ଖର୍ଚ୍ଚ ପରେବି ନିରାଶ ହୋଇଛି କମ୍ପାନୀ । ସ୍ଥାନୀୟ ଅଞ୍ଚଳବାସୀ ଓ ବେକାରୀ ଯୁବକ ଯୁବତୀ ହୋଇଛନ୍ତି ନିରାଶ । ସୂଚନା ମୁତାବକ, ପୁରୀ ଜିଲା ଗୋପ, କୁଶୁପୁର ଓ ଚିତ୍ରା ମୌଜାରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବାବେଳେ ଅଏଲ ଇଣ୍ଡିଆ ପକ୍ଷରୁ ଖନନ କରାଯାଇଥିଲା । ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବାବେଳେ ଅତ୍ୟଧିକ ଖନନ ଲାଗି ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବାବେଳେ ପାଖାପାଖି ୨୨ ଶହ ମିଟର ଖନନ ପରେ ମାଟି ତଳେ ମେସିନ୍ ଫଶି ରହିଛି । ଫଳରେ ଖନନ କାର୍ୟ୍ୟ ବନ୍ଦ ରହିଥିବାବେଳେ ଅତ୍ୟାଧୁନିକ ମେସିନ୍ ସବୁ ଫେରିଯାଇଥିବା ଦେଖିବାକୁ ମିଳିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ଖନନ କାର୍ୟ୍ୟ କରାଯାଇ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ବାହାରିବା ଆଶା ମଉଳିଛି ।

ସୂଚନା ମୁତାବକ, ୨୦୨୦ ନଭେମ୍ବର ମାସରେ ତୈଳ ସନ୍ଧାନରେ ଆଲ୍ଫା ଜିଓ ନିଃ. କମ୍ପାନୀ ପକ୍ଷରୁ ଉପକୂଳବର୍ତୀ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର ଆଦି ୮ଟି ଜିଲାରେ ସେସମିକ୍ ସର୍ଭେ କରାଯାଇଥିବାବେଳେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧ ହଜାର ୨୪୮ କୋଟି ଟଙ୍କା ନିବେଶ କରାଯାଇ ବ୍ୟାପକ ଅନ୍ଵେଷଣ ଓ ଡ୍ରିଲିଂ କରାଯାଇଥିଲା । ଓଡ଼ିଶାର ୫ଟି ବ୍ଲକର ୩ ହଜାର ବର୍ଗକି.ମି. ସର୍ଭେ ପରେ ଗୋପ ବ୍ଲକ୍ର କୁଶୁପୁର ଓ ଚିତ୍ରା ମୌଜାରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା । ପରେ ଜମି ଚିହ୍ନଟ କରାଯାଇ କୁଶୁପୁର ମୌଜାରେ ୩୭ ଜଣ ଚାଷୀଙ୍କ ଠାରୁ ୮ ଏକର ଜମି ତିନି ବର୍ଷ ଲାଗି କମ୍ପାନୀ ଲିଜରେ ନେଇଥିବାବେଳେ କ୍ଷତିପୂରଣ ବାବଦ କମ୍ପାନୀ ୧ କୋଟି ଟଙ୍କା ପ୍ରଦାନ କରିଥିଲା ।