ଓଏଚପିସି କର୍ପୋରେଟ୍ ଅଫିସରେ ପାଳନ ହେଲା ସ୍ୱାଧୀନତା ଦିବସ । କୋଭିଡ୍ କଟକଣାରେ ଜାତୀୟ ପତାକା ଉତ୍ତୋଳନ କଲେ ଡକ୍ଟର ପ୍ରବୋଧ କୁମାର ମହାନ୍ତି ।
କନକ ବ୍ୟୁରୋ: କୋଭିଡ୍ କଟକଣା ମଧ୍ୟରେ ଓଏଚପିସି କର୍ପୋରେଟ୍ ଅଫିସରେ ପାଳନ ହୋଇଯାଇଛି ୭୫ ତମ ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ ତାରିଖରେ ଅଫିସର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଡକ୍ଟର ପ୍ରବୋଧ କୁମାର ମହାନ୍ତି, ନିର୍ଦ୍ଦେଶକ (ମାନବ ସମ୍ବଳ) ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିିଥିଲେ । ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ବିଶ୍ୱାଳ, ନିର୍ଦ୍ଦେଶକ (ଅପରେସନ) ଏବଂ ଅଫିସର ଅନ୍ୟ ଷ୍ଟାଫ ମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ କୋଭିଡ୍ ହେତୁ ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପରିଧାନ କରିଥିଲେ ।