ଓଏଫପିଏର ପ୍ରଥମ ଚଳଚିତ୍ର ପୁରସ୍କାର : ଜୀବନ ବ୍ୟାପୀ ସାଧନା ପାଇଁ ଉତମ ମହାନ୍ତିଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ

ଓଏଫପିଏର ପ୍ରଥମ ଚଳଚିତ୍ର ପୁରସ୍କାର : ଜୀବନ ବ୍ୟାପୀ ସାଧନା ପାଇଁ ଉତମ ମହାନ୍ତିଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ

କନକ ବ୍ୟୁରୋ : ଚଳିତ ବର୍ଷ ଓଡିଆ ଚଳଚିତ୍ରରେ ବିଶେଷ ସଫଳତା ହାସଲ କରିଥିବା ୪୪ ଜଣ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ସମ୍ମାନିତ କରାଯାଇଛି । ଚଳଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଅଭିନେତା ଉତମ ମହାନ୍ତିଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସେହିପରି ଶ୍ରେଷ୍ଠ ଅଭିନେତା ବାବୁସାନ, ଶ୍ରେଷ୍ଠ ଅଭିନେତ୍ରୀ ଏଲିନା, ଶ୍ରେଷ୍ଠ ଗୀତିକାର ସୁବ୍ରତ ସ୍ୱାଇଁ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ପ୍ରାଇଡ ଶ୍ରେଷ୍ଠ ଯୋଡି ଭାବେ ଅର୍ଚିତା ଏବଂ ସବ୍ୟସାଚୀ, ଶ୍ରେଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଶ୍ରେଷ୍ଠ ଫିମେଲ ସିଙ୍ଗର ଭାବେ ଦିପ୍ତୀରେଖା ପାଢ଼ିଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଚଳଚିତ୍ର ପୁରସ୍କାର ଉତ୍ସବ ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ ଓଫାର ସଭାପତି ତଥା ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe