ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ବିକ୍ରି ସମୟ । ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବଙ୍କୁ ମିଳିବ ଟିକେଟ

Advertisment
ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ବିକ୍ରି ସମୟ । ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବଙ୍କୁ ମିଳିବ ଟିକେଟ

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆଜିଠାରୁ ଦୁଇ ଦିନ ଧରି ଅଫଲାଇନରେ ଟିକେଟ ବିକ୍ରି ହେବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଇତ୍ୟାଦିକୁ ଟିକେଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ ।

ଏମାନଙ୍କ ପାଇଁ ୮ ହଜାର ୯୪୬ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ଏଠାରୁ ଯେଉଁ ଟିକେଟ ବଳିବ, ତାକୁ କାଉଂଟରରେ ବିକ୍ରି କରାଯିବ । ୧୯ ଓ ୨୦ ତାରିଖରେ ୨ଟି କାଉଂଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ଟିକେଟ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନଲାଇନରେ ୮ ହଜାର ୧୫୦ ଟିକେଟ ବିକ୍ରି ଧରିଥିବା ବେଳେ କାଉଂଟରରେ ବିକ୍ରି ପାଇଁ ୧୦ ହଜାର ୫୦ ଟିକେଟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe