କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ହେବ । ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ୍ ଟିକେଟ୍ ବିକ୍ରି । ଟିକେଟ୍ ପାଇଁ ସକାଳୁ ସକାଳୁ ଲମ୍ବା ଲାଇନ୍ ଲାଗିଛି । ତେବେ ପ୍ରଥମ ଦିନରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଭାରତ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ନାହିଁ । ଜାନୁୟାରୀ ୧୯ ତାରିଖରେ ରହିଛି ଏହି ମ୍ୟାଚ । ଇଣ୍ଡିଆ ଆଉ ୱେଲସ ମଧ୍ୟରେ ଖେଳାଯିବ ମ୍ୟାଚ । ହେଲେ ଅଫଲାଇନ୍ରେ ଟିକେଟ୍ ମିଳୁନଥିବାରୁ ହକି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । କେବଳ ଜାନୁଆରୀ ୧୩ ଓ ୧୪ରେ ହେବାକୁ ଥିବା ମ୍ୟାଚ୍ ପାଇଁ ବିକ୍ରି ହେଉଛି ଅଫଲାଇନ୍ ଟିକେଟ୍ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us