ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଦେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ : ୫୦୪ ସେଂଟରରେ ହେବ ପରୀକ୍ଷା; କରୋନା କଟକଣା ଭିତରେ ହେବ ପିଲାଙ୍କ ପରୀକ୍ଷା

254

କନକ ବ୍ୟୁରୋ : ଆସନ୍ତାକାଲି ହେବ ମାଟ୍ରିକ ଅଫଲାଇନ୍ ପରୀକ୍ଷା । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ଏଥିପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୋର୍ଡ଼ ସଭାପତି ରମାଶିଷ ହାଜରା ସୂଚନା ଦେଇ କହିଛନ୍ତି କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ଭାବେ ପାଳନ କରାଯାଇ ପରୀକ୍ଷା କରାଯିବ ।

ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ । ଏହା ସହ ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ସ୍କାର୍ଡ଼ ଗଠନ କରାଯାଇ କଟକଣା ଅନୁଧ୍ୟାନ କରିବେ । ମାତ୍ର ୩୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୁଚନା ଦେଇଛନ୍ତି ବୋର୍ଡ଼ ସଭାପତି ।