କନକ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଜୁଲାଇ ୩୦ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ୍ ପିଲାଙ୍କ ଅଫଲାଇନ୍ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ଅଫଲାଇନ୍ ପରୀକ୍ଷା ।

Advertisment

ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ଫର୍ମଫିଲପ ପ୍ରକ୍ରିୟା ଅନୁଷ୍ଠିତ ହେବ । ବିକଳ୍ପ ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥିଲେ, ସେମାନେ ପରୀକ୍ଷା ଦେଇପାରିବେ । ତେବେ କୋଭିଡର ସମସ୍ତ ନିୟମ ମାନି ପରୀକ୍ଷା ଅନୁଷ୍ଠିତ ହେବ ।