ସ୍କୁଲ କର୍ତ୍ତୃପକ୍ଷଙ୍କ ବେପରୁଆ ଓ ତ୍ରୁଟିପୂର୍ଣ୍ଣ ଫର୍ମ ଫିଲଅପ : ଆର୍ଡମିଟ୍ କାର୍ଡ ମିଳି ନଥିବାରୁ କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ

83

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ଚଳିତ ବର୍ଷର ଅଫଲାଇନ୍ ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କିନ୍ତୁ କେତେକ ସ୍ଥାନରେ ଆଡମିଟ୍ କାର୍ଡ ମିଳି ନଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । କଟକ କଲେଜଛକ ସରସ୍ୱତୀ ଶିଶୁମନ୍ଦିରର ୧୧ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ ସୁଦ୍ଧା, ଏଥର ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ ସବଡିଭିଜନ ପର୍ଲା ଏପି ଦାସ ନୋଡାଲ ହାଇସ୍କୁଲରେ ୩ ଛାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ବେପରୁଆ ଓ ତ୍ରୁଟିପୂର୍ଣ୍ଣ ଫର୍ମ ଫିଲଅପ ଯୋଗୁଁ ଆଡମିଟ୍ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ନପାରିବାରୁ ଏଥିପାଇଁ କିଏ ଦାୟୀ ହେବେ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି ।