କାଲିଠୁ ଅଫଲାଇନ ପରୀକ୍ଷା ନେଇ ଆବେଦନ କରିପାରିବେ ଅସନ୍ତୁଷ୍ଟ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କଲେଜକୁ ଆବେଦନ ପାଇଁ ଲିଙ୍କ୍ ଯୋଗାଇ ଦେଲେ ବୋର୍ଡ ।

ସେପ୍ଟେମ୍ବର ୩ରୁ ୯ ତାରିଖ ମଧ୍ୟରେ କଲେଜରେ ଫର୍ମ ଫିଲଅପ କରିପାରିବେ ପିଲା

80

କନକ ବ୍ୟୁରୋ: ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନ ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ କାଲିଠୁ ଆବେଦନ କରିପାରିବେ । ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିବାକୁ କଲେଜଗୁଡିକୁ ଲିଙ୍କ୍ ଯୋଗାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତାକାଲି ଅପରାହ୍ନ ୨ଟାରୁ ୯ ତାରିଖ ଯାଏଁ ଅଫଲାଇନ୍ ପରୀକ୍ଷା ପାଇଁ ନିଜ କଲେଜରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅବେଦନ ତାରିଖ ସରିବା ପରେ ପରୀକ୍ଷା କେବେ ହେବ ତାହା ନିର୍ଦ୍ଧାରିତ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଫଲାଇନ୍ ପରୀକ୍ଷା ପିଲାମାନେ ସମସ୍ତ ବିଷୟରେ ପରୀକ୍ଷା ଦେବେ ନାହିଁ । କେବଳ ପ୍ରମୁଖ ବିଷୟ ଗୁଡିକ ଉପରେ ଅଫଲାଇନରେ ପରୀକ୍ଷା ହେବ । ତେବେ ଯେଉଁ ଛାତ୍ରମାନେ ଅଫଲାଇନ ପରୀକ୍ଷା ଦେବେ, ସେମାନଙ୍କ ଅଫଲାଇନ୍ ପରୀକ୍ଷା ଫଳକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ । ବିକଳ୍ପ ମୂଲ୍ୟାୟନରେ କୌଣସି ଛାତ୍ର ଅଧିକ ମାର୍କ ରଖିଥିଲେ ଏବଂ ଅଫଲାଇନ୍ ପରୀକ୍ଷା ଫଳରେ ଯଦି କମ ମାର୍କ ରଖନ୍ତି । ତେବେ ଅଫଲାଇନର ପରୀକ୍ଷା ଫଳକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ ।