କନକ ବ୍ୟୁରୋ: ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନ ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ କାଲିଠୁ ଆବେଦନ କରିପାରିବେ । ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିବାକୁ କଲେଜଗୁଡିକୁ ଲିଙ୍କ୍ ଯୋଗାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତାକାଲି ଅପରାହ୍ନ ୨ଟାରୁ ୯ ତାରିଖ ଯାଏଁ ଅଫଲାଇନ୍ ପରୀକ୍ଷା ପାଇଁ ନିଜ କଲେଜରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅବେଦନ ତାରିଖ ସରିବା ପରେ ପରୀକ୍ଷା କେବେ ହେବ ତାହା ନିର୍ଦ୍ଧାରିତ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଫଲାଇନ୍ ପରୀକ୍ଷା ପିଲାମାନେ ସମସ୍ତ ବିଷୟରେ ପରୀକ୍ଷା ଦେବେ ନାହିଁ । କେବଳ ପ୍ରମୁଖ ବିଷୟ ଗୁଡିକ ଉପରେ ଅଫଲାଇନରେ ପରୀକ୍ଷା ହେବ । ତେବେ ଯେଉଁ ଛାତ୍ରମାନେ ଅଫଲାଇନ ପରୀକ୍ଷା ଦେବେ, ସେମାନଙ୍କ ଅଫଲାଇନ୍ ପରୀକ୍ଷା ଫଳକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ । ବିକଳ୍ପ ମୂଲ୍ୟାୟନରେ କୌଣସି ଛାତ୍ର ଅଧିକ ମାର୍କ ରଖିଥିଲେ ଏବଂ ଅଫଲାଇନ୍ ପରୀକ୍ଷା ଫଳରେ ଯଦି କମ ମାର୍କ ରଖନ୍ତି । ତେବେ ଅଫଲାଇନର ପରୀକ୍ଷା ଫଳକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ ।
+୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲା ଦେବେ ଅଫଲାଇନ୍ ପରୀକ୍ଷା । ଅଫଲାଇନ୍ ପରୀକ୍ଷା ପାଇଁ ୩ ତାରିଖ ଆବେଦନ କରିବେ ଛାତ୍ରଛାତ୍ରୀ । ୩ରୁ ୯ ତାରିଖ ଯାଏଁ ପିଲାମାନେ କରିପାରିବେ ଆବେଦନ । କାଲି ଦିନ ଦୁଇଟା ପରଠାରୁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । #Odisha#KanakNewspic.twitter.com/0M8AWtUSsm
— Kanak News (@kanak_news) September 2, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/CHSE-Odisha.jpeg)