କାଲିଠୁ କାଉଣ୍ଟରରରେ ମିଳିବ ମଦ: ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ କାଉଂଟରରେ ମିଳିବ ମଦ; ହୋମ୍ ଡେଲିଭରିରେ ମଧ୍ୟ ଯୋଗାଇ ଦିଆଯିବ ମଦ

485

କନକ ବ୍ୟୁରୋ: କାଉଂଟରରେ ମିଳିବ ମଦ । ଏଣିକି ମଦ ଦୋକାନ କାଉଂଟରରୁ ମଦ କିଣିପାରିବେ ଗ୍ରାହକ ।ଆସନ୍ତାକାଲିଠାରୁ କାଂଉଟରରେ ମିଳିବ ବିଦେଶୀ ମଦ । ଲକଡାଉନ ଆରମ୍ଭରୁ ମଦ ବିକ୍ରୀ ଉପରେ କଟକଣା ଲଗାଯାଇଥିଲା । ଏହାପରେ ମେ ତୃତୀୟ ସପ୍ତାହରେ ଅନଲାଇନରେ ମଦବିକ୍ରୀ ପାଇଁ ଓଡିଶା ସରକାର ଅନୁମତି ଦେଇଥିଲେ । ଏହାର ୫ ସପ୍ତାହ ପରେ ଆଜି ଓଡିଶା ସରକାର ପୁଣି କାଂଉଟରରେ ମଦ ବିକ୍ରୀ ପାଇଁ ଅନୁମତି ଦେଇଛନ୍ତି ।

କଟକଣା ଭିତରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଛି । ନିୟମ ଭାଙ୍ଗିଲେ ଜିଲ୍ଲାପାଳ ମଦ ଦୋକାନ ସିଲ ଆଦେଶ ଦେଇପାରିବେ । ଜୁଲାଇ ପହିଲାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମଦ ବିକ୍ରୀ ହେବ । “ଅନ”ସପ ଗୁଡିକରେ ମଧ୍ୟ ଅଫ ସପ ଭଳି ମଦ ବିକ୍ରୀ ହୋଇପାରିବ । କିନ୍ତୁ ଦେକାନ ଯିବା ପୂର୍ବରୁ ଆପଣଙ୍କୁ ସ୍ଲଟ ବୁକିଂ କରିବାକୁ ପଡିବ । ଏଥିପାଇଁ ଏକ ଇ-ଟୋକନର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ଦୋକାନଗୁଡିକ ଆଗରେ ବ୍ୟାରିକେଡ ବ୍ୟବସ୍ଥା ବି କରାଯିବ । ଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।