କନକ ବ୍ୟୁରୋ : କୋଭିଡ-୧୯ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ବିଭାଗର ବୈଠକ ଚାଲିଥିବା ବେଳେ ଅଧିକାରୀ ପିଇପାରିବେନି ଚା ଓ କଫି । ଦୀର୍ଘ ସମୟ ଧରି ଏହା ନ ପିଇବାକୁ କୁହାଯାଇଛି । ଏ ସମ୍ପର୍କିତ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି ସାଧାରଣ ପ୍ରସାଶନ ବିଭାଗ । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ଚାମ୍ବରରେ ଆଲୋଚନା ସମୟରେ ୩ଜଣରୁ ଅଧିକ ରହିପାରିବେ ନାହିଁ ।
ସେହିପରି ବୈଠକ ସମୟରେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ । ସେହି ରୁମରେ ଏସି ଚାଲିପାରିବ ନାହିଁ । ବୈଠକର ଅବଧି ୩୦ ମିନିଟରୁ ଅଧିକ ନ ହେବା ଦରକାର । ସରକାରୀ କର୍ମଚାରୀ ବ୍ୟତୀତ ବୈଠକରେ ଭାଗ ନେଉଥିବା ଅନ୍ୟ ଅଧିକାରୀମାନେ ଅନଲାଇନରେ ମଧ୍ୟ ଭାଗ ନେଇପାରିବେ ।