ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସରକାରୀ ଅଫିସରେ ଗୋଟିଏ ସଂଧ୍ୟାର ଦୃଶ୍ୟ ଯେଉଁଠି ସହକର୍ମୀଙ୍କ ସହ ନିଜ ଚାମ୍ବରରେ ବାବୁ ମତୁଆଲା । ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ଏମିତି ଏକ ଲୋକଲଜ୍ଜାର ଚିତ୍ର ଏବେ ସାମ୍ନାକୁ ଆସିଛି । ଅଫିସ ସମୟ ସରିବା ପୂର୍ବରୁ ସରକାରୀ ଦପ୍ତରରେ ମଦ୍ୟପାନର ଏକ ଆସର ଜମିଛି ।
ଏଠି ପ୍ରଶ୍ନ ଉଠୁଛି ଏପରି ସାହାସ କର୍ମଚାରୀମାନେ କରୁଛନ୍ତି କିପରି। ବାବୁମାନଙ୍କର ଯଦି ମନଫୂର୍ତି କରିବାର ଅଛି ତାହେଲେ ଏଭଳି କାର୍ଯ୍ୟ ପାଇଁ ଅନେକ ସ୍ଥାନ ଅଛି। କିନ୍ତୁ ଅଫିସକୁ ଏମାନେ ବାଛିଲେ କାହିଁକି। ଯଦି ଏହିପରି କାମ ପ୍ରତିଦିନ ଚାଲୁଥାଏ ତାହେଲେ ନିଶ୍ଚିତ ଭାବେ ସରକାରୀ ଅଫିସରେ କିଭଳି କାମ ଚାଲିଛି ଆଉ ନିଜ ଦାୟିତ୍ୱ ପ୍ରତି ବାବୁମାନେ କେତେ ସଚେତନ ତାହା ସହଜରେ ଅନୁମାନ କରାଯାଇପାରେ। ଏବେ ପ୍ରଶ୍ନ ଉଠୁଛି ଏଭଳି ବାବୁମାନଙ୍କ ପାଇଁ କି ପ୍ରକାର ଦଣ୍ଡିବଧାନ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-17-18h14m36s969-1.png)