ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ୬ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରଥମେ ଖେଳି ୧୫୨ର ରନ୍ କରିଥିଲା ବିରାଟଙ୍କ ବେଙ୍ଗାଲୁର ଦଳ; ୧୬ ପଏଂଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ

132

କନକ ବ୍ୟୁରୋ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ ପାଳିରେ ଦିଲ୍ଲୀ ୧୫୩ ରନର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୪ ୱିକେଟ ହରାଇ ଏହି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ୪୧ ବଲରେ ୫୪ ରନ୍ କରିଥିବାବେଳେ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୪୬ ବଲରେ ୬୦ ରନ୍ କରିଥିଲେ । ଅନ୍ୟପଟେ ବେଙ୍ଗାଲୁର ପକ୍ଷରୁ ଶାହାବାଜ ଅହମ୍ମଦ ୨ଟି ୱିକେଟ ନେଇଥିବାବେଳେ ୱାଶିଂଟନ ସୁନ୍ଦର ଓ ମହମ୍ମଦ ସିରାଜ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ ।

ଫଳରେ ଦିଲ୍ଲୀ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ବେଙ୍ଗାଲୁର ପ୍ରଥମେ ଖେଳି ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ୪ଟି ମ୍ୟାଚରେ ପରାଜୟ ପରେ ଏହି ମ୍ୟାଚରେ ବିଜୟ ସହ ୧୬ ପଏଂଟ ସହ ଦଳ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଥିସହ ଚଳିତ ସିଜିନରେ ଦ୍ୱିତୀୟ ଦଳ ଭାବେ ଦିଲ୍ଲୀ ପ୍ଲେ-ଅଫ୍କୁ ଯାଇଛି । ଅନ୍ୟପଟେ ବେଙ୍ଗାଲୁର ଭଲ ରନ୍ ରେଟ କାରଣରୁ ପ୍ଲେ-ଅଫକୁ ଉତିର୍ଣ୍ଣ ହୋଇଛି ।