ଦୁର୍ନୀତି ନିବାରଣ ସପ୍ତାହରେ ବାବୁ ନେଲେ ଶପଥ: ଆଇଏଏସ, ଓଏଏସଙ୍କଠାରୁ କିରାଣୀ ଯାଏଁ କହିଲେ, ଦୁର୍ନୀତିକୁ ଦେବେ ନାହିଁ ପ୍ରସୟ କିମ୍ବା ନେବେ ନାହିଁ ଲାଞ୍ଚ

128

କନକ ବ୍ୟୁରୋ: ଦୁର୍ନୀତି ନିବାରଣ ସପ୍ତାହର ପ୍ରଥମ ଦିନରେ ବାବୁମାନେ ନେଇଛନ୍ତି ଦୁର୍ନୀତି ନ କରିବାକୁ ଶପଥ । ଆଇଏଏସ , ଓଏଏସଙ୍କଠାରୁ ଆରମ୍ଭ କରି କିରାଣି ଯାଏଁ ମ୍ରୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଶପଥ କରିଛନ୍ତି ଦୁର୍ନୀତି କରିବେ ନାହିଁ କି ଲାଂଚକୁ ପ୍ରଶୟ ଦେେବେ ନାହିଁ । ଆଉ ଏହାକୁ ବିଜେଡି ଓ ବିଜେପି ମଧ୍ୟରେ ତେଜିଛି ବୟାନବାଜି ।

ଚାକିରୀ କାଳରେ ଏହି ବଡବଡିଆ ସରକାରୀ ଅଧିକାରୀ ଦୁର୍ନୀତିକୁ ଆୟୁଧ କରି କୁବେର ବନିଥିଲେ । ମାଳ ମାଳ ପ୍ଲଟ, ଘର, ବ୍ୟାଙ୍କ ବାଲାନ୍ସ ଓ କୋଟି କୋଟି ନଗଦ ଟଙ୍କାକୁ ଦେଖିି ଭିଜିଲାନ୍ସ ତାଜୁବ ହୋଇଥିଲା । ଆୟଠାରୁ ଅଧିକ ଏତେ ଟଙ୍କା କେଉଁଠୁ ଆଣୁଥିଲେ ଯାହାକୁ ନେଇ ଭିଜିଲାନ୍ସ ଖୋଳାତାଡ କରିଥିଲା । କାହା ଘରେ ପେଟି ପେଟି ଟଙ୍କା ମିଳିଥିଲା ତ କିଏ ଛାତ ଉପରୁ ପଡୋଶୀ ଘରକୁ ବିଡା ବିଡା ଟଙ୍କା ଫୋପାଡିଥିଲା । ଏହି ବାବୁ ମଧ୍ୟ ଦିନେ ଶପଥ ନେଇଥିଲେ ଦୁର୍ନୀତିକୁ ପ୍ରଶୟ ଦେବେ ନାହିଁ କି ଦୁର୍ନୀତି କରିବେନି ।

ସୋମବାରଠାରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସପ୍ତାହ । ଆଇଏଏସଠାରୁ ଓଏଏସ, କିରାଣୀଠାରୁ ବଡ ବାବୁ ଯାଏଁ ତମାମ ସରକାରୀ ଅଧିକାରୀ ଶପଥ ନେଇଛନ୍ତି ଦୁର୍ନୀତି କରିବେନି କି ଦୁର୍ନୀତିକୁ ପ୍ରଶୟ ଦେବେ ନାହିଁ କି ଲାଂଚ ନେବେନି । ମୁଖମନ୍ତ୍ରୀ ଲୋକସେବା ଭବନରେ ବାବୁଙ୍କୁ ଶପଥପାଠ କରାଇଛନ୍ତି ।

ଦୁର୍ନୀତି ନିବାରଣ ସପ୍ତାହରେ ବାବୁମାନେ ଯେଉଁ ଶପଥ ନେଇଛନ୍ତି , ସେଥିମଧ୍ୟରେ ଅଛି
-ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଶାସନକୁ ପାଳନ
-ଲାଂଚ ନେବି ନାହିଁ କି ଦେବି ନାହିଁ
-ସମସ୍ତ ଦାୟିତ୍ୱକୁ ସାଧୁତା ଓ ସ୍ୱଚ୍ଛତାର ସହ ପାଳନ କରିବି
-ଦୁର୍ନୀତି ସମ୍ପର୍କିତ ଘଟଣା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବି
ସେପଟେ ଦୁର୍ନୀତି ନ କରିବାକୁ ବାବୁମାନେ ଶପଥ ନେଇଥିବାବେଳେ ତେଜିଛି ବିଜେଡି-ବିଜେପି ବୟାନବାଜି । ବର୍ତମାନ ଯାଏ ୧୯୭ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାକୃତ ଅସବର ଦେବା ସହ ଚାକିରୀରୁ ବହିଷ୍କାର କରିଛନ୍ତି । ଭିଜିଲାନ୍ସର-୨୦୨୩ ରିପୋର୍ଟ ଅନୁସାେ ଏକ ବର୍ଷ ମଧ୍ୟରେ ୧୩୦ ଜଣକୁ ଗିରଫ କରାଯାଇଛି । ସେଥିରୁ ୧୮ ଜଣ କ୍ଲାସ-୧ ଓ ୨୫ ଜଣ କ୍ଲାସ-୨ ଅଧିକାରୀ ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପ୍ରତ୍ୟେକ ବର୍ଷ ଏଭଳି ଶପଥ ଦିଆଯାଉଥିଲେ ବି ଦୁର୍ନୀତି ହଟୁନାହିଁ କାହିଁକି?