କନକ ବ୍ୟୁରୋ: ପୁରୀ ମୁନିସିପାଲଟିରେ ଚାଲିଛି ବାବୁ ରାଜ୍। ୬ ବର୍ଷ ହେଲା ହୋଇନି ପୌରପାଳିକା ନିର୍ବାଚନ। ଶ୍ରୀଜଗନ୍ନାଥ ମନ୍ଦିର ପାଇଣ ପୁରୀ ସହରକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିଛି। ହେଲେ ଏଠିକାର ଲୋକେ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ ହୋଇଛନ୍ତି। ଦୀର୍ଘ ଦିନ ହେବ ସହରରେ ପୌର ପିରଷଦ ଗଠନ ହୋଇନଥିବାରୁ ସହରର ବିକାଶ ଠପ ହୋଇଯାଇଥିବା ଅଭିଯୋଗ ହୋଇଛି।

Advertisment

ବିଶ୍ବସ୍ତରୀୟ ସହର ପାଇଁ ବିଶ୍ବସ୍ତରୀୟ ଯୋଜନାର ପରିକଳ୍ପନା ଚାଲିଛି । ହଜାର ହଜାର କୋଟିର କାମ ହେଉଛି । କିନ୍ତୁ ଏହି ବିଶ୍ବସ୍ତରୀୟ ସହରର ଲୋକେ ଆଜି ନିଜ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ ହୋଇଛନ୍ତି । ୬ ବର୍ଷ ପରେ ବି ପୁରୀ ପୌରପାଳିକା ନିର୍ବାଚନ ହୋଇପାରିନାହିଁ । ଫଳରେ ନୂଆ ପୌର ପରିଷଦ ଗଠନ ହୋଇପାରୁନି । ଅଗଷ୍ଟ ୩୧ରେ ସାରା ଦେଶ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଥିବାବେଳେ ପୁରୀ ପୌରପାଳିକା ୬ ବର୍ଷ ପରେ ନିଜସ୍ବ ଗଣତାନ୍ତ୍ରିକ ପରିଷଦ ଗଠନ ନ କରିପାରିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ତାତ୍ସଲ୍ୟ କରିଛି ।

-୨୦୧୮ରୁ ପୁରୀ ପୌରପାଳିକ ନିର୍ବାଚନ ହୋଇନାହିଁ
-ଶେଷଥର ପାଇଁ ୨୦୧୩ରେ ହୋଇଥିଲା ପୌର ନିବାଚନ
-ଆଇନ ଅଦାଲତର ଦ୍ୱାହି ଦେଇ ନିର୍ବାଚନ ଟାଳିଥିଲେ କି ତତକାଳୀନ ସରକାର?

ଯେହେତୁ ନୂଆ ପରିଷଦ ଗଠନ ହୋଇପାରିନି ଫଳରେ ପୌରାଂଚଳର ବିକାଶରେ ମନମୁଖୀ କାମ ଚାଲିଥିବା ଅଭିଯୋଗ ହୋଇଛି । ୫ ବର୍ଷ ହେଲା ପୁରୀ ସହରର ଗଳିକନ୍ଦିରେ ବିକାଶ ଠପ୍ ହୋଇଯାଇଛି । ପ୍ରଶାସନ-ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସବୁଠାରେ ନିମ୍ନମାନର କାମ ହେଉଛି । ୨୦୧୮ ମସିହାରେ ନିର୍ବାଚିତ ପୌର ପରିଷଦ ଭାଙ୍ଗିବା ପରେ ଜିଲ୍ଲାପାଳ ମୁଖ୍ୟ ପ୍ରଶାସକ ଦାୟିତ୍ବରେ ଅଛନ୍ତି । ଫଳରେ ଲୋକଙ୍କ ସମସ୍ୟାର ସମାଧାନ ଠିକ ଭାବେ ହେଉନଥିବା ଅଭିଯୋଗ ଆସିଛି । ପ୍ରଶ୍ନ ଉଠୁଛି, କିଏ ସାଜିଛି ପୌର ପରିଷଦ ନିର୍ବାଚନରେ କଂଟା ? ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେବେ କି ?