କନକ ବ୍ୟୁରୋ : ୫ଟି ଅଧିନରେ ବଲାଙ୍ଗୀରର ପବିତ୍ର ଶୈବପୀଠ ହରିଶଙ୍କରରେ ବିକାଶ କାମ ଚାଲିଛି । ଏଥିପାଇଁ ୧୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଙ୍ଗରିଆ ପଂଚାୟତର ସରପଂଚ ସୁଶୀଲ ଗୁରୁ ହରିଶଙ୍କର ଦେବୋତ୍ତର କମିଟିର ସଦସ୍ୟ ଅଛନ୍ତି । ଏଠାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ ଏସଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରପଂଚ । ନକ୍ସା ଅନୁସାରେ କାମ ହେଉନଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଏସଡିଓଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା , ଯାହା ଗଣ୍ଡଗୋଳର ରୂପ ନେଇଥିଲା । ଏ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି । ତେବେ କାମ ନିମ୍ନମାନର ହୋଇନଥିବା କହିଛନ୍ତି ଏସଡିଓ ।
ହରିଶଙ୍କରରେ ଲୋକପ୍ରତିନିଧି ଓ ଅଧିକାରୀଙ୍କ ଗଣ୍ଡଗୋଳରୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ନିନ୍ଦା କରି ବିଜେପି ନେତା କନକବର୍ଧନ ସିଂହଦେଓ ବି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି ।