ବୈଠକ ମଝିରେ ଶୋଷ ଲାଗିଲା, ପାଣି ଭାବି ସାନିଟାଇଜର ପିଇଦେଲେ ସରକାରୀ ବାବୁ । ଦେଖନ୍ତୁ ପୂରା ଭିଡ଼ିଓ ।

ବୈଠକ ମଝିରେ ଶୋଷ ଲାଗିଲା, ପାଣି ଭାବି ସାନିଟାଇଜର ପିଇଦେଲେ ସରକାରୀ ବାବୁ । ଦେଖନ୍ତୁ ପୂରା ଭିଡ଼ିଓ ।

କନକ ବ୍ୟୁରୋ : ପାଣି ବଦଳରେ ସାନିଟାଇଜର ପିଇ ହଟହଟା ହେଲେ ବିଏମସି ଅଧିକାରୀ। ଭୁଲବଶତଃ ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ପାଣି ବଦଳରେ ସାନିଟାଇଜର ପିଇବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଭଳି ଜଣେ ବରିଷ୍ଠ ଅଧିକାରୀ ଜଣକ ସାନିଟାଇଜର ପିଉଛନ୍ତି ଏବଂ ପିଇବା ପରେ ସେ କିଭଳି ପ୍ରତିକ୍ରିୟା ଦେଇଛନ୍ତି, ସେ ସବୁ ଭିଡିଓରେ କଏଦ ହୋଇଛି।

ସୂଚନା ମୁତାବକ, ଘଟଣାଟି ଘଟିଛି ମୁମ୍ବାଇ ମୁନିସିପାଲ କର୍ପୋରେସନର ଯୁଗ୍ମ ମ୍ୟୁନିସିପାଲିଟି କମିସନର ରମେଶ ପାୱାରଙ୍କ ସହ। ଅଧିକାରୀଜଣକ ନାଗରିକ ସଂସ୍ଥାର ଶିକ୍ଷା ବଜେଟ୍ ଉପସ୍ଥାପନ କରୁଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଏହି ସମୟରେ ତାଙ୍କ ଆଗରେ ରଖାଯାଇଥିବା ସାନିଟାଇଜର ବୋତଲକୁ ସେ ପାଣି ବୋଲି ଭାବି ପିଇଦେଇଥିଲେ। ପଛପଟେ ଥିବା କର୍ମଚାରୀ ତାଙ୍କୁ ରୋକିବା ପୂର୍ବରୁ ‌ସେ ସାନିଟାଇଜର ପିଇଦେଇଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ସେ ସାନିଟାଇଜର ପିଇଦେଇଥିବା ଜାଣି ପାଟିରୁ ସାନିଟାଇଜର କାଢ଼ିବା ସହ ସାଧା ପାଣିରେ ନିଜ ପାଟିକୁ ସଫା କରି ପାଣି ପିଇଥିଲେ।

ଏହି ଘଟଣାର ୩ଦିନ ପୂର୍ବରୁ ମହାରାଷ୍ଟ୍ରରେ ଥିବା ଏକ ଗାଁରେ ୧୨ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପରିବର୍ତ୍ତେ ସାନିଟାଇଜର ଦିଆଯାଇଥିବା ଖବର ମିଳିଥିଲା, ଯାହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe