କାଲି ଠାରୁ ଭୁବନେଶ୍ୱରରେ କେଉଁମାନେ ଆସିପାରିବେ ଅଫିସ? କିଛି ମାତ୍ରାରେ କୋହଳ ହେଲା ଅଫିସ ଯିବା ନେଇ କଟକଣା । ଟ୍ୱିଟ୍ କରି ସୂଚନା ଦେଲେ ପୋଲିସ କମିଶନର

12,472

କନକ ବ୍ୟୁରୋ: କାଲି ଠାରୁ କିଏ ଯାଇ ପାରିବ ଅଫିସ ? ଭୁବନେଶ୍ୱରରେ କାଲି ଠାରୁ କିଏ କିଏ ଅଫିସ ଯାଇପାରିବେ ? ରାଜଧାନୀରେ ଅଫିସ ଯିବା ନେଇ କଟକଣା କିଛି ମାତ୍ରାରେ କୋହଳ ହେଲା । କାଲିଠୁ ଅଫିସ ଯିବା ନେଇ କର୍ମଚାରୀଙ୍କ ପାଇଁ କିଛି ମାତ୍ରାରେ କୋହଳ ହେଲା କଟକଣା ।

ତେବେ ସରକାରୀ କର୍ମଚାରୀ ପରିଚୟ ପତ୍ର ଦେଖାଇ ଅଫିସ ଯାଇପାରିବେ । ପରିଚୟ ପତ୍ର ସହ ଅଫିସ ଦେଇଥିବା ଅନୁମତି ପତ୍ର ମଧ୍ୟ ଦେଖାଇବାକୁ ପଡିବ । ଡେପୁଟି ସେକ୍ରେଟାରୀ ସ୍ତରରେ କେନ୍ଦ୍ରୀୟ ସରକାରୀ ଅଫିସର ଅଫିସ ଯାଇପାରିବେ । ଅନ୍ୟ କର୍ମଚାରୀଙ୍କ ମଧ୍ୟରୁ ୩୦% ପରିଚୟ ପତ୍ର ଧରି ଅଫିସ ଆସିବେ ।

ସେହିପରି ଆଇଟି କମ୍ପାନୀର ୨୫% କର୍ମଚାରୀ ଅଫିସ ଆସି ପାରିବେ ଏବଂ କମ୍ପାନୀର ୭୫% କର୍ମଚାରୀ ଘରୁ କାମ କରନ୍ତୁ ବୋଲି ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ତେବେ ଅଫିସ ଯିବା ବେଳେ ପରିଚୟ ପତ୍ର ଓ ଅଫିସ ଦେଇଥିବା ଇମେଲ ଦେଖାଇଲେ ପୋଲିସ ଛାଡିବ । ତେବେ ଅଫିସ ଯିବା ବେଳେ ଏହିମାନଙ୍କ ପାଇଁ କୌଣସି ଗାଡି ପାସ ଦରକାର ହେବନି ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।