ନିର୍ବାଚନ ବେଳେ ମାଗଣାବଣ୍ଟା ଉପରେ ଲାଗିବ କି ଅଙ୍କୁଶ ? ରାଜନୈତିକ ଦଳକୁ ନିର୍ବାଚନ କମିସନଙ୍କ ପ୍ରସ୍ତାବ

ଜଣାଇବାକୁ ହେବ ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ? କେଉଁଠୁ ଆସିବ ଅର୍ଥ? ରାଜକୋଷ ଉପରେ କଣ ପଡ଼ିବ ପ୍ରଭାବ ?

164

କନକ ବ୍ୟୁରୋ: ନିର୍ବାଚନ ଆସିଲେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନେତା ମାନେ ଦେଇଥାନ୍ତି ଅନେକ ପ୍ରତିଶ୍ରୁତି । ମାଗଣା ଯୋଜନାର ପ୍ରଲୋଭନ ବି ଦେଖାଇଥାନ୍ତି । ହେଲେ ଏବେ ନେତାମାନେ ଏଭଳି କିଛି କରିପାରିବେ ନାହିଁ । ରାଜନୈତିକ ଦଳଗୁଡିକର ମାଗଣା ଯୋଜନା ଉପରେ ଏଣିକି ଲାଗିବ ରୋକ । ଏନେଇ ନିର୍ବାଚନ କମିଶନ୍ ନେଇଛନ୍ତି ବଡ ନିଷ୍ପତ୍ତି ।

  • ନିର୍ବାଚନ ଆସିଲେ ଦିଆଯାଏ ମାଳ ମାଳ ପ୍ରତିଶ୍ରୁତି
  • ମାଗଣା ଯୋଜନାର ଲୋଭ ଦେଖାନ୍ତି ରାଜନୈତିକ ଦଳ
  • ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡ଼ିଲା ନିର୍ବାଚନ କମିସନ

ମାଗଣା ଯୋଜନାକୁ ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ ନିର୍ବାଚନ କମିଶନ ରାଜନୈତିକ ଦଳଗୁଡିକୁ ଏକ ପ୍ରସ୍ତାବ ପଠାଇଛନ୍ତି । ଯେଉଁଥିରେ ମାଗଣା ଯୋଜନା କଥା କହି ମିଛ ପ୍ରତିଶ୍ରୁତି ନଦେବାକୁ କୁହାଯାଇଛି । ଏଥିସହ ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ଆଉ ଏଥିପାଇଁ କେଉଁଠୁ ଅର୍ଥ ଆସିବ, ଏହାର ବିସ୍ତୃତ ତଥ୍ୟ ଦେବାକୁ କହିଛନ୍ତି ନିର୍ବାଚନ କମିସନ । ଏହି ପ୍ରସ୍ତାବ ଉପରେ ରାଜନୈତିକ ଦଳ ଗୁଡିକ ଅକ୍ଟୋବର ୧୯ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି ।

ନଜର ପକାନ୍ତୁ କ’ଣ ରହିଛି ନିର୍ବାଚନ କମିସନଙ୍କ ପ୍ରସ୍ତାବ 
– ମାଗଣା ଯୋଜନା ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ ରାଜନୈତିକ ଦଳ
– ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ?
– ଯୋଜନା ପାଇଁ କେଉଁଠୁ ଆସିବ ଅର୍ଥ?
– କେଉଁ ବର୍ଗର ଲୋକ ଏହାଦ୍ୱାରା ଲାଭବାନ ହେବେ?
– ରାଜକୋଷ ଉପରେ କେତେ ବୋଝ ପକାଇବ ମାଗଣା ଯୋଜନା?
– ଭୋଟରମାନଙ୍କ ପାଖରେ ଦେଶ ଓ ରାଜ୍ୟର ଆର୍ôଥକ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ରହିିବ
– ଦେଶ ଓ ରାଜ୍ୟର ଜିଡିପି ଓ ଋଣ ବୋଝ ସଂପର୍କରେ ଭୋଟରଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ

ନିର୍ବାଚନ ସମୟରେ ଫ୍ରିବିଜ୍ ବା ମାଗଣା ବଣ୍ଟନର ଅନେକ ଲୋଭନୀୟ ଯୋଜନା ଘୋଷଣା କରିଥାନ୍ତି ରାଜନୈତିକ ଦଳ । ନିକଟରେ ଏହା ଉପରେ କ୍ଷୋଭ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏହାପରେ ଆକ୍ସନ୍ ମୋଡକୁ ଆସିଛି ନିର୍ବାଚନ କମିସନ ।

ନିର୍ବାଚନ କମିଶନଙ୍କ ଏଭଳି ପ୍ରସ୍ତାବ ପରେ ରାଜ୍ୟ ରାଜନୀତିରେ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ହୋଇପଡିଲେଣି ରାଜନେତା । ବିଜେଡି- ବିଜେପି ପରସ୍ପରକୁ ଦୋଷ ଦେଉଥିବାବେଳେ କଂଗ୍ରେସ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି । ତେବେ ନିର୍ଦ୍ଧାରିତ ସମୟରେ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତାବ ଉପରେ ଜବାବ ନ ରଖିଲେ ନିର୍ବାଚନ କମିସନ ପରବର୍ତ୍ତର୍ୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।