ସରପଂଚ ପଦ ପାଇଁ ପରୀକ୍ଷା ଦେଲେ ପ୍ରାର୍ଥୀ : ୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ ବିଜୟୀ; ଜାଣନ୍ତୁ କେଉଁ ପ୍ରଶ୍ନ ପଚାରିଥିଲେ ଗ୍ରାମବାସୀ ?

231

କନକ ବ୍ୟୁରୋ : ଗ୍ରାମବାସୀଙ୍କ ୭ଟି ପ୍ରଶ୍ନରେ ଉତ୍ତର ଲେଖି ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ବିଜୟୀ ହୋଇଛନ୍ତି । ଏହି ୩ ଜଣ ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ଭୋଟ ଦେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

ସରପଂଚ ପ୍ରାର୍ଥୀଙ୍କୁ ଗାଁ ଲୋକଙ୍କ ପ୍ରଶ୍ନ : –

୧. ଆପଣ ସରପଂଚ ପ୍ରାର୍ଥୀ ହେବାର ୫ଟି ଉଦେଶ୍ୟ କ’ଣ ?
୨. ଯଦି ସରପଂଚ ଭାବେ ନିର୍ବାଚିତ ହେବେ, ଆଗାମୀ ୫ ବର୍ଷ ପାଇଁ କ’ଣ କରିବେ ?
୩. ଆପଣ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ତା’ ହେଲେ ପୂର୍ବରୁ କରିଥିବା ୫ଟି ନିଃସ୍ୱାର୍ଥ ସେବା କ’ଣ କ’ଣ ?
୪. ଏବେ ଯେମିତି ଘରଘର ବୁଲି ଭୋଟ ମାଗୁଛନ୍ତି, ନିର୍ବାଚିତ ହେବା ପରେ ଘର ଘର ବୁଲି ସମସ୍ୟା ସମାଧାନ କରିବେ କି ?
୫. ଆପଣଙ୍କ ସ୍ୱପ୍ନର ଗ୍ରାମ ପଂଚାୟତ କିଭଳି ହେବା ଆବଶ୍ୟକ ?
୬. ଆପଣଙ୍କ ଗ୍ରାମ ପଂଚାୟତରେ କେତୋଟି ଗ୍ରାମ, କେତୋଟି ୱାର୍ଡ ଓ କେତେ ଜନ ସଂଖ୍ୟା ?
୭. ପୂର୍ବ ସରପଂଚଙ୍କ ବାବଦରେ ବର୍ଣ୍ଣନା କର ।