ଦ୍ୱୀପରେ ଲୁଚିଛି ମୁତ୍ୟୁର ଦାନବ, ଯିବା ଲୋକଙ୍କୁ ଭୁଲାଇ ଦେଇଥାଏ ଫେରିବାର ରାସ୍ତା

183

କନକ ବ୍ୟୁରୋ : ଆମ ପୃଥିବୀ ଏକ ରହସ୍ୟମୟ ସ୍ଥାନ । ଏଠାରେ ଜାଣତରେ ବା ଅଜାଣତରେ ଅନେକ ରହସ୍ୟ ଲୁଚି ରହିଛି । ହେଲେ କିଛି ସ୍ଥାନ ବାବଦରେ ଆମ ଭିତରେ ଅନେକ କୌତୁହଳ ରହିଛି । କିଛି ଲୋକ ବି ରୋମାଞ୍ଚିତ ହେବାକୁ ବିପଦପୂର୍ଣ୍ଣ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ଏହି କ୍ରମରେ ଆଜି ଆମେ ଜାଣିବା ଏକ ରହସ୍ୟମୟ ଦ୍ୱୀପ ବାବଦରେ । ଯାହା ବାବଦରେ ଜାଣିବା ପରେ ଆପଣଙ୍କ ଲୋକ ଟାଙ୍କୁରି ଉଠିବ ।

ଏହି ଦ୍ୱୀପର ନାମ ରହିଛି ‘ପଲମାୟରା’ । କୁହାଯାଉଛି କି ଦୀର୍ଘଦିନ ହେବ ଏହି ଦ୍ୱୀପଟି ଅଭିଶପ୍ତ । ଏହି ଦ୍ୱୀପକୁ ଯିଏ ଯାଇଛି ସେ କେବେ ଫେରିନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଥାନ୍ତି । ଏହି ଦ୍ୱୀପକୁ ନେଇ ଏମିତି କିଛି କାହାଣୀ ରହିଛି ଯାହା ଜାଣିବା ପରେ ଆପଣ ଭୟରେ ଥରି ଉଠିବେ । ପଲମାୟରା ଦ୍ୱୀପରେ କେହି ସ୍ଥାୟୀ ବାସିନ୍ଦା ନାହାନ୍ତି ।

ପଲମାୟରା ଦ୍ୱୀପ ଆମେରିକାର ସାମୋଓ ହାଇୱେ ନିକଟରେ ଅବସ୍ଥିତ । ଏହି ଭୟଭିତ ସ୍ଥାନରେ ଆପଣ କେବେ ବି ଜଣେ ଲୋକକୁ ଦେଖିବାକୁ ପାଇବେ ନାହଁ । ଏହାସହ ଏଠାରେ କୌଣସି ଲୋକ ସ୍ଥାୟୀ ବାସିନ୍ଦା ଭାବେ ରହୁଥିବାର କେହି ଦେଖି ନାହାନ୍ତି ।

୧୭୯୮ ମସିହାରେ ଏଠାରେ କିଛି ଅଜବ ଗଜବ ଘଟଣା ଘଟିଥିଲା । ଏହି ଦ୍ୱୀପ ଉପର ଦେଇ ଉଡିଥିବା ଉଡାଜାହଜ ଓ ଦ୍ୱୀପ ମଧ୍ୟରୁ ଯାଇଥିବା ଜଳ ଜାହଜ କୁଆଡେ ଅଦୃଶ୍ୟ ହୋଇ ଯାଉଥିଲା । ଏନେଇ କିଛି ଲୋକ ଏହାର ରହସ୍ୟ ଉପରୁ ପର୍ଦା ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ କିଛି ବି ସଫଳତା ମିଳିନଥିଲା ।

କିଛି ଲୋକଙ୍କର କହିବା କଥା ଯେ ଏହି ଅଭିଶପ୍ତ ଦ୍ୱୀପକୁ ଯେଉଁମାନେ ଯାଇଛନ୍ତି ସେମାନେ କେବେ ବି ଫେରି ନାହାନ୍ତି । ଏଭଳି କିଛି ରେକର୍ଡ ସାମ୍ନାକୁ ଆସିଛି କି ଯାହା ଦେଖିବା ପରେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ ଏହା ଏକ ଅଭିଶପ୍ତ ଦ୍ୱୀପ ଓ ଏଠାକୁ ଯେଉଁମାନେ ଯାଇଛନ୍ତି ସେମାନେ ଫେରି ନାହାନ୍ତି ବା ଅଦୃଶ୍ୟ ହୋଇଯାଇଛନ୍ତି ।

ହେଲେ କିଛି ସହାସିକ ଲୋକ ଏହି ଟାପୁକୁ ଯାଇ ଫେରିଛନ୍ତି । ସେମାନଙ୍କ ମୁତାବକ ଏହି ରହସ୍ୟମୟ ସ୍ଥାନରେ ସେମାନଙ୍କୁ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଅନୁଭବ ହୋିଥିଲା । ଏହାସହ ସେମାନଙ୍କର କିଛି ରହସ୍ୟମୟ ଶକ୍ତି ସହ ଭେଟ ହୋଇଥିବା କଥା ସେମାନେ କହିଥାନ୍ତି । ସେମାନେ ଅନୁଭବ କରିଥିଲେ କି ଏଠାରେ କିଛି ନା କିଛି ଅଦ୍ଭୁଦ ଶକ୍ତି ରହିଛି ଯାହା ଫଳରେ ଏଠାକୁ କେହି ବି ଯିବାକୁ ପଶନ୍ଦ କରିନଥାନ୍ତି ।