କରୋନା ନେଲା ୨୨ ଜୀବନ  : ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ 

Advertisment
ହଜାରେ ତଳେ ରାଜଧାନୀରେ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୮୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୭୭ ଜଣ

କନକ ବ୍ୟୁରୋ : ରାଜ୍ୟରେ ଆଜି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ଜଣେ ୭୩ ବର୍ଷିୟ ପୁରୁଷ, ଜଣେ ୨୪ ବର୍ଷିୟ ପୁରୁଷ ଓ ୪୦ ବର୍ଷିୟ ପୁରୁଷ ଅଛନ୍ତି ।

ଅପରପକ୍ଷରେ କଟକ ଜିଲ୍ଲାର ଜଣେ ୯୭ ବର୍ଷିୟ ପୁରୁଷ, ଦେବଗଡ଼ ଜିଲ୍ଲାର ଜଣେ ୫୯ ବର୍ଷିୟ ପୁରୁଷ, ଭୁବନେଶ୍ବରର ଜଣେ ୭୫ ଓ ଜଣେ ୬୬ ବର୍ଷିୟ ପୁରୁଷ, ବଲାଙ୍ଗୀର ଜିଲ୍ଲାର ଜଣେ ୪୭ ବର୍ଷୀୟା ମହିଳା, ବୌଦ୍ଧ ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା, ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷୀୟା ମହିଳା, ଗଜପତି ଜିଲ୍ଲାର ଜଣେ ୪୬ ବର୍ଷିୟ ପୁରୁଷ, କଳାହାଣ୍ଡି ଜିଲ୍ଲାର ଜଣେ ୪୪ ବର୍ଷିୟ ପୁରୁଷ ଓ ଜଣେ ୫୦ ବର୍ଷୀୟା ମହିଳା, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୫୯ ଓ ୬୫ ବର୍ଷିୟ ପୁରୁଷ, କନ୍ଧମାଳ ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ, ରାୟଗଡ଼ା ଜିଲ୍ଲାର ଜଣେ ୪୯ ଓ ଜଣେ ୩୬ ବର୍ଷିୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ଓ ଅନ୍ୟ ଜଣେ ୪୭ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୭୪ ଓ ଜଣେ ୪୫ ବର୍ଷିୟ ପୁରୁଷ ଥିବା ଜଣାଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe