କନକ ବ୍ୟୁରୋ: କମିଲା ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛି ଓଇଆରସି । ପ୍ରତ୍ୟେକ ସ୍ଲାବରେ ୧୦ ପଇସା ଲେଖାଏଁ ଦର କମ୍ ହେଇଛି । ତେବେ ଘରୋଇ ଉପଭୋକ୍ତାଙ୍କ ବ୍ୟତୀତ ଅନ୍ୟ କ୍ୟାଟେଗୋରୀରେ ଦର ଅପରିବର୍ତ୍ତିତ ରହିଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଜୁଳି ଦରରେ କୌଣସି ବୃଦ୍ଧି ଘଟିବନି ବୋଲି ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି ।
ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦର ହ୍ରାସ
ବିଜୁଳି ଦର ହ୍ରାସ କଲେ ଓଇଆରସି
ପ୍ରତ୍ୟେକ ସ୍ଲାବରେ ହ୍ରାସ ହେଲା ୧୦ ପଇସା
ଅନ୍ୟ କ୍ୟାଟେଗୋରୀ ପାଇଁ ଦର ଅପରିବର୍ତ୍ତିତ
ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ହ୍ରାସ
ମାସିକ ଦେୟ ୮୦ରୁ ୭୦ ଟଙ୍କା ହ୍ରାସ ପାଇଲା
କାଗଜ ଛାଡି ଇ-ବିଲ୍ ନେଲେ ୧୦ ଟଙ୍କା ରିହାତି
ଇଭି ଚାର୍ଜିଂ ୟୁନିଟ୍ ପିଛା ୫… pic.twitter.com/tGqhwO8J8d— Kanak News (@kanak_news) February 13, 2024
ଖାଲି ସେତିକି ନୁହେଁ, ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ମଧ୍ୟ ହ୍ରାସ କରାଯାଇଛି । ପୂର୍ବରୁ ଏଥିପାଇଁ ମାସିକ ଦେୟ ୮୦ ଟଙ୍କା ଥିବାବେଳେ, ଏବେ ଏହାକୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି । ଏହାବାଦ୍ କାଗଜ ଛାଡି ଇ-ବିଲ୍ ନେଲେ ଉପଭୋକ୍ତାଙ୍କୁ ୧୦ ଟଙ୍କା ରିହାତି ମିଳିବ । ଆଉ ଇଭି ଚାର୍ଜିଂ ୟୁନିଟ୍ ପିଛା ୫ ଟଙ୍କା ୫୦ ପଇସାରୁ ୫ଟଙ୍କାକୁ ହ୍ରାସ କରାଯାଇଛି । ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି ଏବଂ ଧାର୍ଯ୍ୟ ସମୟରେ ବିଲ୍ ପୈଠ କଲେ ୧୦ ପଇସା ରିହାତି ମିଳିବ । ପ୍ରିପେଡ୍ ମିଟର ଉପଭୋକ୍ତାଙ୍କୁ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/header_articles_11-2.webp)