କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୮୦ ବର୍ଷ ବୟସ ପାର କରିସାରିଛନ୍ତି । ଏହି କାରଣରୁ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଛି । ସେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବର୍ତ୍ତମାନ ବାଇଡେନ ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ଶୋଇବା ସମୟରେ ତାଙ୍କୁ ସିଏପିଏ ବା କଣ୍ଟିନ୍ୟୁୟସ ଏୟାରୱେ ପ୍ରେସର ମେଶିନରେ ରଖାଯାଉଛି । ଏହା ଦ୍ୱାରା ସେ ରାତିରେ ଠିକ ଭାବରେ ଶୋଇପାରୁଛନ୍ତି । ହ୍ୱାଇଟ ହାଉସର ମୁଖପାତ୍ର ଆଣ୍ଡ୍ର୍ୟୁ ବେଟ କହିଛନ୍ତି, ୨୦୦୮ ମସିହାରୁ ରାଷ୍ଟ୍ରପତି ନିଦ୍ରାଜନିତ ସମସ୍ୟା ଦେଇ ଗତିକରୁଛନ୍ତି । ସେବେଠାରୁ ସେ ସିଏପିଏ ମେଶିନର ସାହାଯ୍ୟ ନେଉଛନ୍ତି ।
ରଏଟର୍ସର ରିପୋର୍ଟ ଅନୁସାରେ ବାଇଡେନଙ୍କୁ ନିଶ୍ୱାସ ନେବା ପାଇଁ ମେସିନର ବ୍ୟବହାର କରିଥାନ୍ତି । ଶୋଇବା ସମୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ଏହି ରୋଗର ନାମ ହେଉଛି ସ୍ଲିପ୍ ଏପନିଆ । ଏହି ରୋଗ କାରଣରୁ ବାଇଡେନ ରାତିରେ ଠିକ ଭାବେ ଶୋଇପାରନ୍ତି ନାହିଁ ।
ନିକଟରେ ଏକ ପ୍ରେସମିଟ ବେଳେ ଜୋ ବାଇଡେନଙ୍କ ମୁହଁରେ ମୋଟା ପଟିର ଦାଗର ଚିହ୍ନ ରହିଥିଲା । ଏହା ପରେ ଅନୁମାନ ଲଗାଯାଇଥିଲା ଯେ ସେ ସିଏପିଏ ମେଶିନର ବ୍ୟବହାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Collage-Maker-29-Jun-2023-04-56-PM-1760.jpg)