କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡିବା ଘଟଣା : ନଦୀରୁ ମିଳିଲା ଯୁବକଙ୍କ ମୃତଦେହ

194

କନକ ବ୍ୟୁରୋ : କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପ଼ଡ଼ିଥିବା ଯୁବକଙ୍କର ମିଳିଲା ମୃତଦେହ । ମୃତ ଦେହ ଉଦ୍ଧାର କଲା ଓଡ଼୍ରାଫ ଟିମ୍ । ଯୁବକ ଜଣଙ୍କ ଖାରବେଳ ନଗର ଅଂଚଳର ବୋଲି ସୂଚନା ରହିଛି । ନିଜ ସ୍କୁଟିରେ ଆସି ନଦୀ ଉପରେ ଗାଡ଼ି ରଖି ପାଣିକୁ ଡେଇଁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । କାହିଁକି ନଦୀକୁୁ ଡେଇଁ ଆତ୍ମହତ୍ୟା କଲେ ଯୁବକ କାରଣ ଅସ୍ପଷ୍ଟ ରହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ମୁତାବକ କଟକ-ଭୁବନେଶ୍ୱର କାଠଯୋଡି ପୋଲ ଉପରେ ଆଜି ଜଣେ ଯୁବକ ନିଜ ସ୍କୁଟି(ଓଆର ୦୨ ବିଆର ୭୯୫୬) ରଖି ନଦୀକୁ ଡେଇଁପଡ଼ିଥିଲେ ।  ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳ ସପନ କୁମାର ବେହେରା । ଯୁବକ ଜଣକ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ନିଜ ସ୍କୁଟି ରଖି ନଦୀକୁ ନେଇଁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଯୁବକଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।