୧୭୬ ଦେଶରେ ବ୍ୟବହାର ହେଉଛି ଓଡ଼ିଆ ଛାତ୍ରଙ୍କ ଆପ୍ : ଏକକାଳୀନ ୭୦ ଜଣ କରିପାରିବେ ଭିଡିଓ କନଫରେନ୍ସି

368

କନକ ବ୍ୟୁରୋ : ନୂଆ ମୋବାଇଲ ଆପ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୋଡାର ଛାତ୍ରା ଦେବାଶିଷ ବେହେରା । ସେ ପ୍ରସ୍ତୁତ କରିଛନ୍ତି ‘ଫିଜବି’ ମୋବାଇଲ ଆପ୍ । ଏହି ଆପ୍ ଜରିଆରେ ଭିଡିଓ କନଫରେନ୍ସି ସେବା ଉପଲବ୍ଧି ହେଉଛି । ଏକକାଳୀନ ୭୦ ଜଣ ଏହି ଆପ୍ଲିକେଶନ ମାଧ୍ୟମରେ ଭିଡିଓ କନଫେନ୍ସରେ ଅଂଶଗ୍ରହଣ କରିପାରିବେ । ୧୭୬ ଦେଶରେ ଏହି ଆପ୍ ବ୍ୟବହାର ଉପଯୋଗୀ ହେଉଛି । ଏହା ଗୁଗୁଲ ପ୍ଲେ ଷ୍ଟୋରରେ ଗତ ଫେବୃଆରୀରେ ସ୍ଥାନ ପାଇଛି ।

‘ଫିଜବି’ ଆପର ବିଶେଷତ୍ୱ ହେଲା, ଭିଡିଓ କନଫରେନ୍ସିଂ ସମୟରେ ଇମୋଜିରେ ସ୍ପେଶାଲ ଇଫେକ୍ଟର ବ୍ୟବହାର କରାଯାଇପାରିବ । ଯୋଡାର ୫ ନମ୍ବର ୱାର୍ଡରେ ରହୁଛନ୍ତି ଦେବାଶିଷ ବେହେରା । ସେ ଏବେ ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢୁଛନ୍ତି । ୮ମ ଶ୍ରେଣୀରେ ଦେବାଶିଷ ପ୍ରଥମ କରି ଜାଭା ପ୍ରେଗାମିଙ୍ଗ ଲାଙ୍ଗୁଏଜ ଶିଖିଥିଲେ । ଏହାକୁ ବ୍ୟବହାର କରି ସେ କିଛି ନୂଆ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରିବାକୁ କାମ ଆରମ୍ଭ କରିଥିଲେ । ଆଉ ଲକଡାଉନ ସମୟରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପୁସ୍ତକ ପଢି ‘ଫିଜବି’ ମୋବାଇଲ ଆପ ପ୍ରସ୍ତତ କରିବାକୁ ସକ୍ଷମ ହୋଇଥିଲେ । ଏହି ଆପ ସଂପୂର୍ଣ୍ଣ ସୁରକ୍ଷିତ ଓ ଗୋପନୀୟତାକୁ ବଜାୟ ରଖେ ବୋଲି କହିଛନ୍ତି ଦେବାଶିଷ ।