ରଜରେ ଯୁବତୀ ସାଜିବେ ବାବୁସାନ୍ ! ଓଡ଼ିଆ ସିନେମା ‘ସିଷ୍ଟର ଶ୍ରୀଦେବୀ’ କମାଲ୍ କରିବ ରଜ ଲଢେଇରେ

421

ରଜ ସିନେମା ଲଢେଇରେ ଅଭୟ ପରେ ଆଉ ଏକ ସିନେମା ‘ସିଷ୍ଟର ଶ୍ରୀଦେବୀ’ ସାମିଲ୍ ହୋଇଛି । ସିନେମାର ସୁଟିଂ କାମ ସରିଯାଇଥିବା ବେଳେ । ହଲ୍ ବୁକିଂ ବି ସରିଯାଇଛି । ଏବେଠୁ ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଭରି ଗଲାଣି । ପ୍ରକୃତ କଥା ହେଲା ଏଥିରେ ଅଭିନେତା ବାବୁସାନ ଯୁବତୀ ଭୂମିକାରେ ନଜର ଆସୁଛନ୍ତି । ଏହାକୁ ନେଇ ଏବେଠୁ ଖୁବ୍ ଚର୍ଚ୍ଚା ଚାଲିଲାଣି । ବାବୁସାନ୍ କମାଲ୍ କରିବେ ଏହି ସିନେମାରେ ବୋଲି ସିନେ ପ୍ରେମୀ କୁହାକୁହି ହେଲେଣି ।

ତାମିଲ୍ ଚଳଚ୍ଚିତ୍ର ‘ରେମୋ’ର ଏହି ସିନେମା ‘ସିଷ୍ଟର ଶ୍ରୀଦେବୀ’ ଏକ ନକଲ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡର ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ଅଶୋକ ପତି । ‘ଲଭ୍ ଷ୍ଟେସନ’ ଓ ‘ ଲଭ୍ ପାଇଁ କୁଛଭି କରେଗା’ ଚଳଚ୍ଚିତ୍ର ପରେ ଅଶୋକ ଓ ବାବୁସାନଙ୍କ ଏହି ଯୋଡ଼ି, ‘ସିଷ୍ଟର ଶ୍ରୀଦେବୀ’ରେ ପୂର୍ବର ସେହି ସଫଳତା ସାଉଁଟିବେ ବୋଲି ପ୍ରଯୋଜନା ସଂସ୍ଥା କହିଛି । ଏହା ଏକ ପୂରା କମେଡ଼ି ସିନେମା ହୋଇଥିବା ବେଳେ , ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଇଛି ।