ରୀୟାଙ୍କ ଲେଉଟାଣି କେବେ ? ଅନେକ ଦିନ ହେବ ପରଦାରେ ନଜର ଆସୁନାହାଁନ୍ତି ଏହି ଓଡିଆ ଅଭିନେତ୍ରୀ

ରୀୟାଙ୍କ ଲେଉଟାଣି କେବେ ? ଅନେକ ଦିନ ହେବ ପରଦାରେ ନଜର ଆସୁନାହାଁନ୍ତି ଏହି ଓଡିଆ ଅଭିନେତ୍ରୀ

image source-http://odishabuzz.com

କନକ ବ୍ୟୁରୋ :  ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ ଜରିଆରେ ଓଲିଉଡରେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ଗ୍ଲାମରସ୍‌ ନାୟିକା ରୀୟାଙ୍କୁ ମିଳିଛି ଅଧିକାଂଶ ନାୟକଙ୍କ ସାଥ୍‌। ଏମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ, ବାବୁସାନ୍‌,ଅରିନ୍ଦମ୍‌,ଆକାଶ,ଅଭିଷେକ,ଅମ୍ଳାନ। ପ୍ରକାରାନ୍ତରେ କହିବାକୁ ଗଲେ ,ରୀୟା ଓ ଏହି ନାୟକ ପରଦାରେ ବନିଥିଲେ ପ୍ରେମିକ-ପ୍ରେମିକା। ଗତ ବର୍ଷ ଓଲିଉଡ୍‌ର ଜଣାଶୁଣା ନାୟିକା ରୀୟା ଦେ ଏଯାବତ୍‌ ମାତ୍ର ଗୋଟିଏ ସିନେମାରେ ନଜର ଆସିଥିଲେ । ଏହା ହେଲା ‘କଥା ଦେଲି ମଥା ଛୁଇଁ’। ଏହି ଛବିରେ ସେ ତାଙ୍କର ଜଣେ ପୁରୁଣା ଅନସ୍କ୍ରିନ୍‌ ଯୋଡିଦାର ଅଭିଷେକଙ୍କ ସହ ପୁଣି ଥରେ ରୋମାନସ୍‌ କରିବାର ସୁଯୋଗ ପାଇଥିଲେ।ଏତଦବ୍ୟତୀତ ଏଥିରେ ଜଣେ ନବାଗତ ନାୟକ ଅମନଙ୍କ ସହ ମଧ୍ୟ ରୀୟାଙ୍କୁ ଦେଖିଥିଲେ ସିନେ ପ୍ରେମୀ।

publive-imageଏବେ ରୀୟାଙ୍କ ହାତରେ ରହିଛି କେବଳ ଗୋଟିଏ ସିନେମା। ତାହା ହେଲା ଦିଓ୍ଵାନା ହେଲି ତୋ’ପାଇଁ। ଏହି ସିନେମାରେ ତାଙ୍କୁ ପୁଣି ଜଣେ ନୂଆ ନାୟକ ମୁନ୍ନାଙ୍କ ସହ ରୋମାସ୍‌ କରୁଥିବାର ଦେଖିବାକୁ ପାଇବେ ଦର୍ଶକ। ତାଙ୍କ ହାତରେ ଅନ୍ୟ କୌଣସି ସିନେମା ନଥିବା ବି କୁହାଯାଉଛି। ସବୁଠୁ ବଡ଼ କଥା ହେଲା ଯେ ରୀୟାଙ୍କୁ ଆଜିକାଲି ଓଲିଉଡରେ ବିଶେଷ ଦେଖିବାକୁୂ ବି ମିଳୁ ନାହିଁ। ଖାଲି ସେତିକି ନୁହେଁ, ସେ ଛୋଟ ପରଦାରେ ବି ଜଜ୍‌ ବା ଉପସ୍ଥାପକଭାବେ ନଜର ଆସୁ ନାହାନ୍ତି। ଏଥିରୁ ଜଣାପଡ଼ୁଛି ଯେ ରୀୟା ବୋଧହୁଏ କିଛି ଭିନ୍ନ ଯୋଜନାରେ ଅଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe