କଳା ପାଇଁ ବାଧକ ନୁହେଁ ଭାଷା ! ଇଂରାଜୀ ଗୀତର ତାଳେ ତାଳେ ନାଚିଲେ ଓଡିଶୀ ନୃତ୍ୟଶିଳ୍ପୀ

41

କନକ ବ୍ୟୁରୋ : କଳା ବାନ୍ଧି ରଖିପାରିବ ନାହିଁ ସୀମା ସରହଦ । ଭାଷା ହୁଏ ନାହିଁ କଳା ପାଇଁ ବାଧକ । ଏହା ପ୍ରମାଣିତ କରିଛନ୍ତି ଏଡ ସିରନ । ତାଙ୍କର ଭିଡିଓ ଆଲବମ୍ ‘ସେପ୍ ଅଫ୍ ୟୁ’ରେ ଏହା ସ୍ପଷ୍ଟ ହୋଇଛି । ଏହି ବ୍ରିଟିଶ ଗାୟକ ତଥା ଗୀତିକାରଙ୍କ ଆଲବମର ଇଂରାଜୀ ଗୀତର ତାଳେ ତାଳେ ନାଚିଛନ୍ତି ଓଡିଶୀ ନୃତ୍ୟଶିଳ୍ପୀ । ୟୁଟ୍ୟୁବରେ ଏହି ଭିଡିଓଟି ରିଲିଜ୍ ହୋଇଛି । ଓଡିଶାର ଏହି ଶାସ୍ତ୍ରୀୟ ନୃତ୍ୟକୁ ଅତି ମନୋରମ ଭାବେ ଉପସ୍ଥାପନ କରିଛନ୍ତି ସିରନ୍ । ଅତି ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଛନ୍ତି ୫ ଜଣ ନୃତ୍ୟଶିଳ୍ପୀ । ପାରମ୍ପରିକ ପୋଷାକ ସହ ଏହି ନୃତ୍ୟଶିଳ୍ପୀମାନେ ତାଳ ଦେଇ ନିଜର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଏହା ସହ ଓଡିଶାର ୩ଟି ଐତିହାସିକ କିର୍ତୀରାଜିର ପୃଷ୍ଠଭୂମିରେ ଏମାନେ ଦେଖାଛନ୍ତି ନୃତ୍ୟର ଚାତୁର୍ଯ୍ୟ । ଧଉଳି ଶାନ୍ତିସ୍ତୁପ ଶ୍ୱେତପୃଷ୍ଠ ଦେଶ ହୋଇପଡୁଥିଲା ଉଦଭାସିତ । ସେପଟେ ପାଂଚ ଜଣ ନୃତ୍ୟଶିଳ୍ପୀଙ୍କ ନୁପୁର ଝଙ୍କାରରେ ଯେମିତି ଜୀବନ୍ତ ହୋଇ ଉଠୁଥିଲା ଶିଶୁପାଳଗଡର ନିର୍ଜୀବ ପ୍ରସ୍ତର ଖୁଂଟ । ନୁପୁରର ଝଙ୍କାର ସହ ନର୍ତକୀଙ୍କ ପାଦର ତାଳେ ତାଳେ ଲାଜେଇଯାଉଥିଲେ ବ୍ରହ୍ମେଶ୍ୱର ମନ୍ଦିରର ପ୍ରସ୍ତର ନର୍ତକୀ । ସାତ ଦରିଆପାରିର ମଣିଷ ଏଡ ସିରନ୍ ଓଡିଶୀକୁ ନେଇ ପ୍ରସ୍ତୁତ କରିଛନ୍ତି ନୂଆ ଏକ ପ୍ରୟୋଗ । ୟୁଟ୍ୟୁବରେ ଏହି ଭିଡିଓର ଦର୍ଶକଙ୍କ ସଂଖ୍ୟା ବଢି ବଢି ଚାଲିଛି ।

ଦେଖନ୍ତୁ ଏହି ଭିଡିଓ