କନକ ବ୍ୟୁରୋ: ଆସିଲା ଅନଲକ ୩.୦ । ଓଡିଶାରେ ଲାଗୁହେଲା ଅନଲକ । ଖୋଲିଲା ଅଧା ଓଡିଶା । ତେବେ କଣ୍ଟେନମେଣ୍ଟ ଜୋନ ସମ୍ପୂର୍ଣ୍ଣ ଭାବେ ଲକଡାଉନରେ ରହିବ । ଯିବା ଆସିବା ବନ୍ଦ ହେବ, କଟକଣା ଲାଗିବ । କଣ୍ଟେନମେଣ୍ଟ ଜୋନ ବାହାରେ କଟକଣାରେ କାମ ହେବ । ଖେଳକୁଦ ବନ୍ଦ, ସର୍ତ୍ତ ସହ ଜିମ୍ ଖୋଲିବ । ସେଲୁନ, ସ୍ପା, ପାର୍ଲର ସତର୍କ ସହ ନିୟମ ମାନି କାମ କରିବେ । ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ । ପରୀକ୍ଷା ହୋଇପାରିବ, ଖାତା ଦେଖା ହୋଇପାରିବ । ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଖୋଲିବ, ଜିମ୍ ଖୋଲିବ । ତେବେ ନଜର ପକାନ୍ତୁ ଅଗଷ୍ଟ ପାଇଁ ରାଜ୍ୟ ସରକାର କରିଥିବା ନୂଆ ଗାଇଡଲାଇନରେ କଣ କଟକଣା, କଣ କୋହଳ ?
କ’ଣ ବନ୍ଦ ?
ପୂର୍ବଭଳି ଜାରି ରହିବ ନାଇଟ୍ କର୍ଫ୍ୟୁ
ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ଓ କାର୍ଯ୍ୟାଳୟ
୪ ଜିଲ୍ଲା ଓ ଗୋଟିଏ ସହରରେ ୨ ଦିନିଆ ସାପ୍ତାହିକ ସଟଡାଉନ୍
ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲାରେ ଶନିବାର, ରବିବାର ସଟଡାଉନ୍
ରାଉରକେଲା ମୁନିସପାଲିଟିରେ ବି ଶନିବାର, ରବିବାର ସଟଡାଉନ୍
ଅଗଷ୍ଟ ୩୧ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ ବନ୍ଦ
ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ
ଧାର୍ମିର୍କ, ସାମାଜିକ, ସାଂସ୍କୃତିକ, ରାଜନୈତିକ ସମାବେଶ ବନ୍ଦ
କଂଟେନମେଂଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ
କ’ଣ ଖୋଲା ?
ଅଗଷ୍ଟ ୫ରୁ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍
ଦୋକାନ, ବଜାର ଖୋଲିବ
କମ୍ କର୍ମଚାରୀରେ ଅଫିସ ଖୋଲିବ
ସେଲୁନ୍, ବିଉଟି ପାର୍ଲର ଖୋଲିବ
ଅର୍ଥନୈତିକ କାର୍ଯ୍ୟକଳାପ ଚାଲିବ
ଇ-କର୍ମସ ଜାରି ରହିବ
ସ୍କୁଲ, କଲେଜ ବନ୍ଦ ମାତ୍ର ପରୀକ୍ଷା ହେବ ଓ ଖାତାଦେଖା ଚାଲିବ
ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ଯାତାୟତ ଚାଲିବ
ସେପଟେ ଅଧା ଓଡିଶାକୁ କୋହଳ କରିବା ପରେ ଜରିମାନା ବଢାଇଛନ୍ତି ସରକାର । କିଛି ଅମାନିଆ ନିୟମ ମାନୁ ନଥିବାରୁ ଜରିମାନାକୁ କଡାକଡି କରାଯାଇଛି । ତେବେ ନଜର ପକାନ୍ତୁ କାହା ହଙ୍କହଙ୍କ ଉପରେ ଫାଇନ୍ ବଢିଲା ?
ବଢ଼ିଲା ଜରିମାନା
ମାସ୍କ ପିନ୍ଧି ନଥିଲେ– ୧୦୦୦ ଟଙ୍କା ଫାଇନ୍
୨ରୁ ଅଧିକ ଥର ଧରାପଡ଼ିଲେ ୫ ହଜାର ଜରିମାନା
ବିବାହ ଉତ୍ସବରେ ଅଧିକ ସମାବେଶ ହେଲେ ୧୦ ହଜାର ଟଙ୍କା ଫାଇନ୍
ସିଲ୍ ହେବ ଉତ୍ସବ ସ୍ଥଳ
୧୦ରୁ ଅଧିକ ଲୋକ ସାମିଲ ହେଲେ ୧୦ ହଜାର ଟଙ୍କା ଜରିମାନା
ଦୋକାନରେ ସାମାଜିକ ଦୂରତା ନିୟମ ଭାଙ୍ଗିଲେ ୧୦ ହଜାର ଫାଇନ୍
ଏକ ସପ୍ତାହ ସିଲ୍ ହେବ ଦୋକାନ
ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଫାଇନ୍
ଏକ ମାସ ସିଲ୍ ହେବ ଅନୁଷ୍ଠାନ
ସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା