୯ ଜିଲ୍ଲାରୁ ଆଜି ୪୮ ନୂଆ ପଜିଟିଭ ଚିହ୍ନଟ: ଆକ୍ରାନ୍ତ ତାଲିକାରେ ରାଜ୍ୟର ଦୁଇ ଜିଲ୍ଲା ସବୁଠୁ ଆଗରେ; ଗଂଜାମରେ ୨୬୪, ବାଲେଶ୍ୱରରେ ୧୦୨ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

980

କନକ ବ୍ୟୁରୋ: ରାଜ୍ୟରେ ଆଉ ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେଥି ମଧ୍ୟରୁ ବାଲେଶ୍ୱର ଓ ଗଂଜାମରେ ସର୍ବାଧିକ ୧୨ଟି ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହା ସହ ପୁରୀରେ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୬ ଜଣ, ନୟାଗଡରେ ୩ ଜଣ, ନୟାଗଡରେ ୩. ଯାଜପୁରରେ ୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି କଟକ, ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଓ ଯାଜପୁରର ସମସ୍ତ ନୂଆ ଆକ୍ରାନ୍ତଙ୍କ ସୁରତ ଫେରନ୍ତା ଏବଂ ସେମାନେ କ୍ୱାରେନଟିନ୍ରେ ରହିଥିଲେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ସେହିପରି ପୁରୀରୁ ଚିହ୍ନଟ ହୋଇଥିବା ୧୦ ଜଣ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଛି । ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ପଶ୍ଚିମ ବଙ୍ଗ ଲିଙ୍କ ଥିବା ବେଳେ ୨ ଜଣ ସୁରତ, ଜଣେ ମହାରାଷ୍ଟ୍ର ଏବଂ ଜଣେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ପହଂଚିଛି । ଏହା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ରହିଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶହେ ଟପିଛି ବାଲେଶ୍ୱର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ହୋଇଛି । ଏହା ପଛକୁ ଯାଜପୁର ଜିଲ୍ଲାରେ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟର ୨୧ଟି ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ ।

ବର୍ତମାନ ସୁଦ୍ଧା ରାଜ୍ୟରେ ୮୧ ହଜାର ୯୧୯ଟି ନମୁନା ପରୀକ୍ଷା ହୋଇଛି । ଗତକାଲି ସର୍ବାଧିକ ୪ ହଜାର ୭୬୯ ନମୁନା ପରୀକ୍ଷା ହୋଇଛି ।