କନକ ବ୍ୟୁରୋ : ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନର ତାରିଖ । ଏହାସହ ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ଆଜି ଦିନ ୧୨ଟା ୩୦ରେ ଦିଲ୍ଲୀରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାରିଛନ୍ତି । ଆଶା କରାଯାଉଛି, ଏଠାରେ ତାରିଖ ଘୋଷଣା ହୋଇପାରେ , ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦରରୁ ମଦନମୋହନ ଦତଙ୍କ ପରଲୋକ ଯୋଗୁଁ ଏଠାରେ ଉପନିର୍ବାଚନ ହେଉଛି ।
ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏପରିକି ବାଲେଶ୍ୱର ସଦର ଆସନକୁ ବିଜେପିଠାରୁ ବିଜେଡି ଛଡାଇଆଣିବ ବୋଲି ରଣନୀତି ତିଆରି କରୁଛି । ଏହାରି ଭିତରେ ଆଜି ନିର୍ବାଚନ କମିଶନଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ବିହାର ବିଧାନସଭାର ତାରିଖ ବି ଆଜି ଘୋଷଣା ହୋଇପାରେ । ଏଥର ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ ଓ ଦୀପାବଳି ପୂର୍ବରୁ ନୂଆ ବିଧାନସଭା ଗଠନ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/10-29.jpg)