ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ‘ଇଟାଲୀୟାନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ।

175

କନକ ବ୍ୟୁରୋ: ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲୀୟାନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ୨୦୧୯ ପାଇଁ ମନୋନୀତ ହୋଇଛନ୍ତି ସୁଦର୍ଶନ । ତେବେ ବାଲୁକା କଳାକୁ ନେଇ ଇଟାଲୀରେ ଆୟୋଜିତ ଏକ ଉତ୍ସବରେ ସୁଦର୍ଶନଙ୍କୁ ସମ୍ମାନୀତ କରାଯିବ । ୫ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ନଭେମ୍ବର ୧୩ରୁ ୧୮ ଯାଏଁ ଚାଲିବ । ଏହି ଉତ୍ସବରେ ସୁଦର୍ଶନ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ମୋଟ ୮ ଜଣ ବାଲୁକା ଶିଳ୍ପୀ ଏଥିରେ ଭାଗନେବେ ।

ତେବେ ଇଲାଟୀ ପକ୍ଷରୁ ମିଳୁଥିବା ଏହି ପୁରସ୍କାର ପାଇଁ ସେ ମନୋନୀତ ହୋଇଥିବାରୁ ବହୁତ ଖୁସି ଥିବା ସୁଦର୍ଶନ କହିଛନ୍ତି । ୬୦ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ସୁଦର୍ଶନ ବିଭିନ୍ନ ସମୟରେ ଭାଗ ନେଇ ଭିନ୍ନଭିନ୍ନ ବାର୍ତ୍ତା ଦେଇଛନ୍ତି ।