କନକ ବ୍ୟୁରୋ: ଆନ୍ଧ୍ରକୁ ମାତ୍ ଦେବା ପାଇଁ ଓଡିଶାର ରଣନୀତି । କୋଟିଆରେ ମିଳିତ ପ୍ରାର୍ଥୀ ଦେବା ପାଇଁ ସହମତ ହୋଇପାରନ୍ତି ସମସ୍ତ ରାଜନୈତିକ ଦଳ । ଏବେ କୋଟିଆ ପାଇଁ ଏକାଠି ହୋଇଛନ୍ତି ସବୁ ଦଳ । ରାଜନୈତିକ ଶତ୍ରୁତା ଭୁଲି ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢେଇ କରିବା ପାଇଁ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳମତକୁ ପଛରେ ପକାଇ କୋଟିଆ ଗ୍ରାମପୁଞ୍ଜରେ ନେତା ବାଛିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ସେଥିପାଇଁ ଆଉ କିଛି ସମୟ ଭିତରେ କୋରାପୁଟରେ ବସିବ ସର୍ବଦଳୀୟ ବୈଠକ । ପୂର୍ବରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଅଗଣତାନ୍ତ୍ରିକ ଭାବରେ କୋଟିଆରେ କରିଥିଲା ପଞ୍ଚାୟତ ନିର୍ବାଚନ । ଅର୍ଥମୋହ ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରି ସେହି ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଛି । ତେଣୁ ଏବେ ପଂଚାୟତ ନିର୍ବାଚନ ପାଇଁ ଓଡିଶାର ରାଜନୈତିକ ଦଳ ମାନଙ୍କୁ ଏକାଠି ହେବାର ସମୟ ଆସିଛି । କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏବେ ଏକାଠି ହୋଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ତିନି ମୁଖ୍ୟ ଦଳର ଆଞ୍ଚଳିକ ନେତା ପଡୋଶୀକୁ ଉଚିତ ଜବାବ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/8-27.jpg)